ଲଗାଣ ବର୍ଷାରେ ଭାଙ୍ଗିଲା ଗରୀବଙ୍କ ଘର: ସ୍ଥିତି ସର୍ବେକ୍ଷଣ କଲେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ

ଓଡିଆ ବାର୍ତ୍ତା/ କଳହାଣ୍ଡି (ଲିଙ୍ଗରାଜ ମିଶ୍ର): ତିନିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ସାରା ରାଜ୍ୟରେ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଜିଲ୍ଲାର ନଈ ଗୁଡିକରେ ମଧ୍ୟ ପ୍ରବଳ ବଢିପାଣି ଆସି ଚାଷବାସ ନଷ୍ଟ କରିଛି । ନର୍ଲା ବ୍ଲକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଚାଷ ଜମିରେ ପାଣି ମାଡି ଧାନ ଗଛ ସବୁ ନଷ୍ଟ ହୋଇଛି । ଏହାବାଦ ଗରୀବ ଖଟିଖିଆ ମାନଙ୍କ ଝାଟି ମାଟି କୁଡିଆ ଘର ସବୁ ଭାଙ୍ଗି ଯାଇଛି ଏହି ଲଗାଣ ବର୍ଷାରେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅଗଷ୍ଟ ୧୫ ସ୍ୱାଧିନତା ଦିବସ ସକାଳୁ ଉଲିକୁପା, ସରିଆଁ, ଡେଣ୍ଡୋଗୁଡା ଗ୍ରାମର ବିଭିନ୍ନ ଲୋକଙ୍କ ମାଟିଘର ସବୁ ଭାଙ୍ଗି ଯାଇଥିବାର ଖବର ପାଇ ନର୍ଲା ଜୋନ ନଂ-୨ ର ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଏସବୁ ଅଞ୍ଚଳର ଜନସାଧାରଣଙ୍କ ନିକଟରେ ପହଞ୍ଚିଥିଲେ । ଝାଟିମାଟି, କଚ୍ଚା ଘର ଏଭଳି ୩୦ ଗୋଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଘରର ସ୍ଥିତି ସର୍ବେକ୍ଷଣ କରି ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ସହ ଆଲୋଚନା କରି ଏମାନଙ୍କ ପାଇଁ ଯାହାସବୁ ସରକାରୀ ସୁବିଧା ଅଛି ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମାଝୀ ।

Udyog Nursery
Udyogi Nursery

ତହସିଲଦାର ଶ୍ରୀ ତ୍ରିପଠୀ ଆରଆଇଙ୍କୁ ଭାଙ୍ଗିଯାଇଥିବା ଘରସବୁ ସର୍ବେକ୍ଷଣ କରିବା ପାଇଁ ନିର୍ଦ୍ଦେଶ ଦେବାସହ ସେମାନଙ୍କ ପାଇଁ ସରକାରୀ ସ୍ତରରେ ରହିଥିବା ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମାଝୀଙ୍କୁ କହିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ନର୍ଲା ଜୋନ-୨ ର ଜିଲ୍ଲା ପରିଷଦ ସଦସ୍ୟ ଭାବରେ ଶ୍ରୀ ମାଝୀ ନିର୍ବାଚିତ ହେବା ପରଠୁଁ ଦିନରାତି ଅଞ୍ଚଳବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶ୍ରୀ ମାଝୀ ଜଣେ ଯୁବ ନେତା ଭାବରେ ବିଜେଡିରେ ଯୋଗଦାନ କରିଥିଲେ ।

ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମାଝୀ କୁହନ୍ତି ମୋର ବଡ ଭାଇ, ମୋର ଭାଉଜ ଆମ ପରିବାରର ସଦସ୍ୟ ମାନେ ବିଗତ ଦିନରେ ଲୋକ ପ୍ରତିନିଧି ଭାବରେ ବିଭିନ୍ନ ପଦ ପଦବୀରେ ରହି ଜନସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ଭଗବାନଙ୍କ ଅପାର କରୁଣାରୁ ମୋତେ ମଧ୍ୟ ମୋ ଅଞ୍ଚଳବାସୀଙ୍କ ସେବା କରିବା ପାଇଁ ସୁଯୋଗ ମିଳିଛି । ଏଣୁ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ପଦାଙ୍କ ଅନୁସରଣ କରି ତାଙ୍କର ଆଶିର୍ବାଦ ନେଇ ଜନସାଧାରଣଙ୍କ ସେବା କରିବା ପାଇଁ ମୁଁ ସଙ୍କଳ୍ପବଦ୍ଧ ବୋଲି ଶ୍ରୀ ମାଝୀ ମତବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.