ଆଇସିଆଇସିଆଇ ପକ୍ଷରୁ ଛତୁ ମଞ୍ଜି ଓ ପଶୁ ଖାଦ୍ୟ ଉତ୍ପାଦନ କେନ୍ଦ୍ର ଏବଂ ବର୍ଷା ଜଳ ଅମଳ ସଂରକ୍ଷଣ ପ୍ରକଳ୍ପର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଆଦିବାସୀ ବହୁଳ ଭଟାଗଂପଦର ଗ୍ରାମ ପଂଚାୟତବାସୀଙ୍କୁ ସ୍ବାବଲମ୍ବୀ କରିବା ସହ ସହ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଆଧୁନିକ କୁଶଲୀ କରିବାକୁ ଅଂଟା ଭିଡିଛି ଆଇସିଆଇସିଆଇ ଫାଉଂଡେସନ। ଏହି ସଂସ୍ଥା ଲାଞ୍ଜିଗଡ଼ ଓ ଭବାନୀପାଟଣା ବ୍ଲକର ୪୧ ଗୋଟି ବିଦ୍ୟାଳୟରେ ଜଳ ସଂରକ୍ଷଣ ପାଇଁ ବର୍ଷା ଜଳ ଅମଳ ଏବଂ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରିଥିବାବେଳେ ଭଟାଗଂପଦର ପଂଚାୟତରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ପାଇଁ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଓ ପଶୁ ଖାଦ୍ୟ ପ୍ରସ୍ତୁତ କେନ୍ଦ୍ର ଯୋଗେଇ ଦେଇଛି। ଏହି ପ୍ରକଳ୍ପ ସମୁହର ଶୁଭାରମ୍ଭ ପାଇଁ ଆଜି ଭଟାଗଂପଦର ଠାରେ ଉଦଘାଟନୀ ସମାରୋହର ଆୟୋଜନ କରାଯାଇଥିଲା। ଏଥିରେ ଅତିଥି ଭାବେ ଓଡିଶା ସରକାରଙ୍କ ଅନୁସୂଚୀତ ଜାତି ଓ ଜନଜାତି ତଥା ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ସଭା ସାଂସଦ ସୁଜିତ କୁମାର, ଲାଞ୍ଜିଗଡ଼ ବିଧାୟକ ପ୍ରଦିପ କୁମାର ଦିଶାରୀ, ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ଲାଞ୍ଜିଗଡ଼ ୨ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ପରିକ୍ଷିତ ନାଏକଙ୍କ ସମେତ ଭଟାଗଂପଦର ସରପଂଚ, ସମିତି ସଦସ୍ୟଙ୍କ ସମେତ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଠାରେ ପ୍ରକାଶଯୋଗ୍ୟ ଯେ, ଫାଉଂଡେସନର ପ୍ରୋଜେକ୍ଟ ମେନେଜର ରାକେଶ କୁମାର ନାୟକ ଏବଂ ତାଙ୍କ ଟିମ୍ ର ପରିଶ୍ରମରେ ଲାଞ୍ଜିଗଡ଼ ବ୍ଲକର ଭଟାଗଂପଦର ଓ ଭବାନୀପାଟଣା ବ୍ଲକର ସଗଡା ଓ ଚାଚେଂର ପଞ୍ଚାୟତର ମହିଳାମାନେ ଛତୁ ଚାଷ, ଛେଳି ଚାଷ ଆଦି କରି ସ୍ବାବଲମ୍ବୀ ହେଉଛନ୍ତି। ଏହାସହ ଆଇସିଆଇସିଆଇ ଫାଉଂଡେସନର ପ୍ରଚେଷ୍ଟାରେ ଏହି ଅଂଚଳର ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଜଳ ସଂରକ୍ଷଣ, ବୃକ୍ଷରୋପଣ ଭଳି ଅନେକ ମହତ କାର୍ଯ୍ୟରେ ସାମିଲ ହେଉଥିବା ଦେଖାଯାଇଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.