ଭବାନୀପାଟଣା ଛାତ୍ର ବିଜେଡି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଜୁ ଜନତା ଦଳ ଗଠନର ୨୫ ବର୍ଷ ପୂର୍ତ୍ତି ପାଳନ ଅବସରକୁ ସ୍ମରଣୀୟ କରିବା ପାଇଁ ରାଜ୍ୟର ପ୍ରତି ପଂଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ ଭବାନୀପାଟଣା ବ୍ଲକର ଥୁଆପଦର ଗ୍ରାମ ପଂଚାୟତ ଠାରେ ମଧ୍ୟ ଛାତ୍ର ବିଜେଡି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ବ୍ଲକ ଛାତ୍ର ବିଜେଡି ସଭାପତି ଅରବିନ୍ଦ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଥୁଆପଦର ସରପଞ୍ଚ ଦିଗାମ୍ବର ଲୁହା, ସମ୍ମାନିତ ଅତିଥି ଭାବରେ ଭବାନୀପାଟଣାର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶେଷଦେବ ସାହୁ ଯୋଗଦେଇଥିଲେ। ସମାଜସେବୀ ଦୟାନିଧି ନାଏକ, ବିଷ୍ଣୁ ସାହୁ, ଦୀପକ ଦାସ, ସୋନୁ ସାହୁ, ହିମାଂଶୁ ଗଉଡ଼, ନିଖିଳ ସାହୁ, ମନୁ ସାହୁ, କରନ ସାହୁ, ଗଗନ ସାହୁ ସମସ୍ତେ ଉପସ୍ଥିତ ରହି ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.