ଆଦିବାସୀ ସଂଘ ପକ୍ଷରୁ ନୂଆଁଖାଇ ପାଇଁ ପ୍ରସ୍ତୁତି ବୈଠକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସ୍ଥିତ ରାଜିବ ସେବାକେନ୍ଦ୍ର ଠାରେ ଆଦିବାସୀ ସଂଘ ପକ୍ଷରୁ ନୂଆଁଖାଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ସୁରେନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମିଡ଼ିଆ ସେଲ ଇନଚାର୍ଜ ନନ୍ଦି କିଶୋର ଭୋଇ, ଦୟା ସାଗର ମାଝୀ, ନରେନ୍ଦ୍ର ଶବର, ପ୍ରଦୀପ ଭୋଇ, ହେମାରବିନ୍ଦ ଭୋଇ, ନିରଞ୍ଜନ ମାଝୀ, ହରିଶ୍ଚନ୍ଦ୍ର ଭୋଇ, ଜଗନ୍ନାଥ ଭୋଇ, ବିଷମ ଭୋଇ, ସହଦେବ ଧରୁଆ, ସ୍ୱୟଂମ୍ବର ମିର୍ଦ୍ଧା, ବରୁଣ ଭୋଇଙ୍କ ସମେତ ପଂଚାୟତ ସଭାପତି, ସମ୍ପାଦକ ଉପସ୍ଥିତ ରହି ଚଳିତ ବର୍ଷରେ ନୂଆଁଖାଇ ଭେଟଘାଟ ପାଇଁ ଆଦିବାସୀ ସଂଘ, ଗୋଣ୍ଡୱାନା ସଂଘ, ଶବର ସମାଜ, ମିର୍ଦ୍ଧା ସମାଜ, ବିଞ୍ଝାଲ ସମାଜ, ଆଦିସ୍କନ୍ଧ ସମାଜ ଉପସ୍ଥିତ ରହି ଏକ ଆଲୋଚ୍ୟ ହୋଇଥିଲା ତନ୍ମମଧ୍ୟରୁ ଆଦିବାସୀ ଶ୍ରେଣୀର ଉଚ୍ଚ ପଦାଧିକାରୀ କର୍ମଚାରୀଙ୍କୁ ସମ୍ମାନିତ କରିବା, ଆଦିବାସୀ ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ ଭଲ ପାରଦର୍ଶିତା ସମ୍ମାନ, ଆଦିବାସୀ କଳାକାର କ୍ଷେତ୍ରରେ ସମ୍ମାନ, ଆଦିବାସୀ ଉନ୍ନତ କୃଷକ ସମ୍ମାନ, ପ୍ରତ୍ୟକ କ୍ଷେତ୍ରେ କୃର୍ତି ଅର୍ଜନ କରିଥିବା ଲୋକ ମାନଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତି ନିଆଯାଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.