ନୀଳ ଆକାଶ ନିମନ୍ତେ ସ୍ଵଚ୍ଛ ବାୟୁ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଂଜନ ପତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ସ୍ଥିତ ସଭାଗୃହରେ ଜିଲ୍ଲାସ୍ତରୀୟ ‘ଆର୍ନ୍ତଜାତୀୟ ନୀଳ ଆକାଶ ନିମନ୍ତେ ସ୍ଵଚ୍ଛ ବାୟୁ ଦିବସ’ ପାଳିତ ହୋଇଯାଇଛି। ଏଥିରେ ଅତିଥିଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁ, ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ପଦ୍ମହଂସା ଦୋରା, ଜିଲ୍ଲା ରୋଗ ନିୟନ୍ତ୍ରଣ ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ ପ୍ରମୁଖ ଯୋଗଦେଇ ପବନକୁ ସୀମା ମଧ୍ୟରେ ଅଟକାଇ ହେବ ନାହିଁ। ତେଣୁ ସ୍ଵଚ୍ଛ ପବନ ପାଇଁ ତଥା ବାୟୁ ପ୍ରଦୁଷଣ ରୋକିବା ଦିଗରେ ସମସ୍ତେ ବ୍ୟକ୍ତଗତ ସ୍ତରରୁ ଉଦ୍ୟମ ଆରମ୍ଭ କରିବା ଉଚିତ ବୋଲି କହିବା ସହ ପ୍ରଦୂଷିତ ବାୟୁ ପ୍ରାରମ୍ଭିକ ଭାବେ ଛିଙ୍କ, କାଶ, ଦେହ ହାତ କୁଣ୍ଡେଇହେବା ପରି ସମସ୍ୟା ସୃଷ୍ଟି କରିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ସ୍ନାୟୁଗତ ଦୂର୍ବଳତା, ହୃଦରୋଗ ଓ କ୍ୟାନସର ପରି ସମସ୍ୟା ସୃଷ୍ଟି କରିଥାଏ ବୋଲି ସମସ୍ତଙ୍କୁ ସଚେତନ କରିଥିଲେ। ଭାର୍ଚୁଅଲ ମୋଡରେ ଅତିଥିଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡତିଆ ଏବଂ ମିଶନ୍ ଶକ୍ତିର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ କାର୍ତ୍ତିକ ଚନ୍ଦ୍ର ନାୟକ ସ୍ଵଚ୍ଛ ବାୟୁ ପାଇଁ ନିଜ ବିଭାଗ ଦ୍ଵାରା ଆରମ୍ଭ କରାଯାଇଥିବା ପ୍ରୟାସ ଉପରେ ଆଲୋକପାତ କରିବା ସହ ଏଥିପାଇଁ ସାମୁହିକ ସହଯୋଗର ଆବଶ୍ୟକତା ଅଛି ବୋଲି କହିଥିଲେ। ଏହି ଅବସରରେ ପ୍ରସ୍ତୁତ ପୋଷ୍ଟରକୁ ଉପସ୍ଥିତ ଅତିଥିମାନେ ଅନାବରଣ କରିଥିଲେ। ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଏହି ଅବସରରେ ଜିଲ୍ଲା ସ୍ଵାସ୍ଥ୍ୟ ସମତି ତରଫରୁ ନିଆଯାଇଥିବା ବିଭିନ୍ନ ସଚେତନଧର୍ମୀ ପଦକ୍ଷେପ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଜାତୀୟ ସ୍ଵାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ବିଶ୍ଵମ୍ବର ବେହେରା ଦିବସ ପାଳନର ଇତିବୃତ୍ତ ଉପସ୍ଥାପନ କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ। ଜିଲ୍ଲାସ୍ତରରେ ଅନ୍ୟମାନଙ୍କ ମଧ୍ୟରେ ଏପିଡେମିଓଲୋଜିଷ୍ଟ ଡାକ୍ତର ବିଷ୍ଣୁଚରଣ ମାଝି, ଡିଡିଏମ୍ ପ୍ରଦୀପ କୁମାର ସାହୁ, ଅଣସଂକ୍ରାମକ ରୋଗ ସହକାରୀ ପରିଚାଳକ ଗୀତାଞ୍ଜଳି ମେହେର ଓ ଆଶା ମେନେଜର ତରଣୀସେନ ପ୍ରଧାନ ପ୍ରମୂଖ ଯୋଗଦେଇଥିବା ବେଳେ ଭାର୍ଚୁଅଲ ମୋଡରେ ବିଭିନ୍ନ ବ୍ଲକର ସ୍ଵାସ୍ଥ୍ୟ ଅଧିକାରୀ, ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଏବଂ ସ୍ଵାସ୍ଥ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.