ଓଡ଼ିଆ ବାର୍ତ୍ତା/ ନୟାଗଡ଼: ନୟାଗଡ଼ ଜିଲ୍ଲାର ଅଗ୍ରଗାମୀ ସ୍ବେଛାସେବୀ ସଂସ୍ଥା ‘ସେବା’ ପ୍ରାଙ୍ଗଣରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ସଂସ୍ଥା ଦ୍ୱାରା ପରିଚାଳିତ ‘ସେବା ସ୍ଵଧାର ଗୃହ’ ତରଫରୁ ଆଜାଦି କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। ଉକ୍ତ କାର୍ଯକ୍ରମରେ ସେବା ସ୍ୱଧାର ଗୃହର ସମସ୍ତ ଅନ୍ତେବାସୀନି ମାନଙ୍କୁ ନେଇ ମ୍ୟୁଜିକ ଚେୟାର, ବକୃତା ଓ ଅନ୍ତକ୍ଷରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମଟିକୁ ସେବା ସ୍ୱଧାର ଗୃହର ତତ୍ତ୍ୱାବଧାରୀକା ବନିତା ମଲ୍ଲିକ, ପରାମର୍ଶଦାତ୍ରୀ ସରିତା ଆଚାର୍ଯ୍ୟ, ସେବା ମାନସିକ ଅନଗ୍ରସର ବିଦ୍ୟଳୟର ଅଧକ୍ଷ ବୈକୁଣ୍ଠ ନାଥ ମହାପାତ୍ର ଓ ସେବା ପରିବାର ପରାମର୍ଶ କେନ୍ଦ୍ରର ସମସ୍ତ କର୍ମୀମାନେ ପରିଚାଳନା କରିଥିଲେ।
ପ୍ରତିଯୋଗିତା ଶେଷରେ ସେବାର ଉପସଭାପତି ସଞ୍ଜୟ କୁମାର ସୁବୁଦ୍ଧି ଓ ସେବାର ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ସେବା ମାନସିକ ଅନଗ୍ରସର ବିଦ୍ୟଳୟର ପରିଚାଲିକା ସାଗରିକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।