ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚହକା ଗ୍ରାମପଞ୍ଚାୟତ ପରିସରରେ ଆଜି ବ୍ଲକ ସ୍ତରୀୟ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣି ଶିବିରରେ ଚହକା, ବଡଚେରଗାଁ, ଉଛୁଲା, ନୂଆଗାଁ ସମେତ ବ୍ଲକର ଅନେକ ଜାଗାରୁ ଜନସାଧାରଣ ନିଜର ଅଭିଯୋଗ ନେଇ ଆସିଥିଲେ । ଅଭିଯୋଗ ପାଇଁ ୪୧୯ ଜଣ ପଞ୍ଜିକରଣ କରିଥିବା ବେଳେ ୨୫୦ ଜଣ ଲୋକଙ୍କ ଅଭିଯୋଗ ସମାଧାନ ହୋଇଥିଲା । ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣି ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ ୨୫୦ ଜଣ ଲୋକଙ୍କ ଅଭିଯୋଗର ସମାଧାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଡିଓ ଶ୍ରୀଧର ପଞ୍ଚା, ସହକାରୀ ନିର୍ବାହୀ ଯନ୍ତ୍ରୀ ପର୍ଶୁରାମ ନାଏକ, ଚହକା ସରପଞ୍ଚ ହେମବତି ତାଣ୍ଡି, ଉଛୁଲା ସରପଞ୍ଚ ପୂର୍ଣ୍ଣିମା ଶବର, ବଡଚେରଗାଁ ସରପଞ୍ଚ ମୀରା ମଞ୍ଜୁରି ସା, ନୁଆଗାଁ ସରପଞ୍ଚ ଦୁଶ୍ମନ୍ତ ଭୋଇ, ବ୍ଲକ ବିଭାଗୀୟ ଅଧିକାରୀ ପ୍ରଦୀପ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପୋଲିସ, ଜଙ୍ଗଲ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ସମ୍ମନୀତ ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଯୋଗାଣ ବିଭାଗର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଉକ୍ତ ଅବଶରରେ ଗ୍ରାମପଞ୍ଚାୟତ ପରିଶରରେ ଲୋକଙ୍କୁ ମାଗଣା କୋଭିଡ ବୁଷ୍ଟର ଡୋଜ ପ୍ରଦାନ କରାଯାଇଥିଲା ଓ ଛଅ ଜଣଙ୍କୁ ହ୍ୟୁଇଲ ଚେୟାର ମଧ୍ୟ ପ୍ରଦାନ କରାଯାଇଥିଲା ।