ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଖୁଣ୍ଟିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କୋକସରା ବିଡ଼ିଓ ବିନୟ କୁମାର ଭୋଇ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ତହସିଲଦାର ରାକେଶ କୁମାର ପରୁଆ, ଜିପିଓ ନାରାୟଣ ଭୋଇ, ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ସରପଞ୍ଚ ମାଧବୀ ଧରୁଆ, ସମିତି ସଭ୍ୟ ଦେବେନ୍ଦ୍ର ଧରୁଆ, ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ତତ୍ତ୍ଵଦର୍ଶି ଦାସ, ସ୍ୱାସ୍ଥ୍ୟ କର୍ମୀ ନିଲମଣି ଖମାରୀ, ଡବ୍ଲୁ ଇଓ ଦାମୋଦର ବିଶ୍ୱାଲ, ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ସୋରି, ଗ୍ରାମରୋଜଗାର ସେବକ ଟିକେଶ୍ୱର ରାଉତ ପ୍ରମୁଖ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ସମୁଦାୟ ୨୪୧ ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୧୯ ଜଣଙ୍କର ସମସ୍ୟାର ସମାଧାନ ତୁରନ୍ତ କରାଯାଇଥିଲା । ଏଥିରେ ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ଯୋଗ ଦେବା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ଚିଠି କରାଯାଇଥିଲା କିନ୍ତୁ ବିଦ୍ୟୁତ ବିଭାଗ, ପୋଲିସ ପ୍ରଶାସନ, ପ୍ରାଥମିକ କୃଷି ସମବାୟ ସମିତି, ବନ ବିଭାଗର କୌଣସି କର୍ମଚାରୀ ଉପସ୍ଥିତ ନ ଥିଲେ, ଫଳରେ ଅଭିଯୋଗ ଦେବାକୁ ଆସିଥିବା ସାଧାରଣ ଲୋକ ନିରାଶ ହୋଇ ଫେରିଥିବା ଜଣାପଡିଛି ।