ଆଇନ୍ ସଚେତନତା ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ତାଲୁକ ଆଇନ ସେବା ସମିତି, କେସିଙ୍ଗା ପକ୍ଷରୁ ସାଇବର ଅପରାଧ ବିଷୟ ସମ୍ପର୍କିତ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ତଥା ଅଧ୍ୟକ୍ଷ, ତାଲୁକ ଆଇନ ସେବା ସମିତି, କେସିଙ୍ଗାର ହୃଷିକେଶ ଖେମୁଣ୍ଡ ଅଧ୍ୟକ୍ଷତା କରିବା ସହ କିପରି ସାଇବର ଅପରାଧକୁ ରୋକାଯାଇ ପାରିବ ତଥା ତତ୍ ସଂଲଗ୍ନ ବିଭିନ୍ନ ଆଇନର ଧାରା, ଉପକ୍ରମ ଆଦି ସଂକ୍ରାନ୍ତରେ ଆଲୋଚନା କରିଥିଲେ। ବର୍ତ୍ତମାନର ଯୁବପିଢି ତଥା ଅଧ୍ୟୟନରତ ଛାତ୍ରଛାତ୍ରୀ କିଭଳି ଭାବରେ ଇଣ୍ଟରନେଟ ମାଧ୍ୟମରେ ସାଇବର ଠକେଇର ଶିକାର ହେଉଛନ୍ତି ତଥା ବ୍ୟାଙ୍କ ଖାତା ସମ୍ବନ୍ଧୀୟ ଟଙ୍କା ଲେଣଦେଣ ପ୍ରକ୍ରିୟା, ସାମାଜିକ ଗଣମାଧ୍ୟମର ବ୍ୟବହାରରେ ସାବଧାନତା ଆଦି ବିଷୟବସ୍ତୁ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିରେ କେସିଙ୍ଗା ଓକିଲ ସଂଘ ସଭାପତି ତଥା ସହକାରୀ ସରକାରୀ ଆଇନଜୀବୀ ପ୍ରକାଶ ଦାସ, ଆଇନଜୀବୀ ସୈ।ମ୍ୟରଞ୍ଜନ ମିଶ୍ର, ଯୁଗଲ କିଶୋର ଦୀପ, ସମ୍ମୁଖ କାର୍ଯ୍ୟାଳୟ ଆଇନ ପରାମର୍ଶଦାତା ସୁକାନ୍ତ କୁମାର ପଧାନ, ଦୀନେଶ କୁମାର ଭୋଇ, କେସିଙ୍ଗା ଆଦର୍ଶ ଥାନା ଆଇଆଇସି ସତ୍ୟ କୁମାର ନନ୍ଦ, କେସିଙ୍ଗା ମହାବିଦ୍ୟାଳୟ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସାହା ପ୍ରମୁଖ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.