ସମାଜସେବୀ ତଥା ଶିକ୍ଷାବିତ ଡ. ଶିବରାମ ନାୟକଙ୍କ ସହାୟତାରେ ଆବାସିକ ରହି ନିଃଶୁଳ୍କ ପାଠ ପଢୁଛନ୍ତି ପିଇସ୍ ନାଏକ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ବାପା ହେଲେ ଘରର ମୁରବୀ ତଥା ମେରୁଦଣ୍ଡ । ତାଙ୍କ ଅନୁପସ୍ଥିତି ତଥା ଅଚାନକ ମୃତ୍ୟୁ ପରେ ପରିବାରର ଭରଣପୋଷଣ କରିବା କଷ୍ଟସାଧ୍ୟ ବ୍ୟାପାର । ଏଥିସହ ପୁଅଝିଅଙ୍କ ପାଠପଢ଼ା ଓ ଭବିଷ୍ୟତ ଗଢିବା ମା’ଙ୍କ ପାଇଁ ଏକ ଚ୍ୟାଲେଞ୍ଜ । ଏହିପରି ଏକ ସମ୍ବେଦନଶୀଳ ଘଟଣା ୨୦୧୮ ମସିହା ସେପ୍ଟେମ୍ବର ଆଠ ଧର୍ମଗଡ ବ୍ଲକ ବେହେରା ଗ୍ରାମର ମୁକୁଦ ରଞ୍ଜନ ନାଏକଙ୍କ ପରିବାରରେ ଦେଖିବାକୁ ମିଳିଥିଲା । ସ୍ବର୍ଗତ ନାଏକ ପେଶାରେ ଜଣେ ସାମ୍ବାଦିକ ଥିଲେ । ତାଙ୍କର ଆକସ୍ମିକ ଦେହାନ୍ତ ପରେ ତାଙ୍କ ପୁଅ ପିଇସ୍ ନାଏକଙ୍କ ପାଠପଢାରେ ବ୍ୟାଘାତ ତଥା ପୂର୍ଣଛେଦ ପଡିଯିବାର ଶୁଣି ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ଶିବରାମ ନାୟକ ତାଙ୍କ ଘରକୁ ଯାଇଥିଲେ । ସେ ତାଙ୍କ ପୁଅର ସମସ୍ତ ପାଠପଢା ଖର୍ଚ୍ଚ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ବୁଝିବା ସହ ଆବାସିକ ରହି ନିଜ ଭବିଷ୍ୟତ ଗଢ଼ିବାର ସୁଯୋଗ ଦେଇଥିଲେ । ବର୍ତ୍ତମାନ ପିଇସ୍ ନାଏକ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି। ତାଙ୍କ ମା’ ଶାନ୍ତିଲତା ନାଏକ ସ୍କୁଲ କତ୍ତୃପକ୍ଷ ତଥା ଅଧ୍ୟକ୍ଷଙ୍କ ଏହି ସାହାଯ୍ୟ ଓ ସହାନୁଭୂତି ଆଜିର ଦିନରେ ଏକ ବିରଳ ଉଦାହରଣ ବୋଲି ଖୁସି ବ୍ୟକ୍ତ ସହ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏହି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପକୁ ନେଇ ସାଧାରଣରେ ଚର୍ଚ୍ଚା ହେବାସହ ଡ. ନାୟକଙ୍କୁ ବହୁ ଅନୁଷ୍ଠାନରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.