ସର୍ଗିଗୁଡାରେ ପାନୀୟ ଜଳ ‘ଅମୃତ ଧାରା’ ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଫିସ୍ ପାର୍ଶ୍ୱରେ ଫ୍ରିଜର ଯୁକ୍ତ ଥଣ୍ଡା ପାନୀୟ ଜଳ ଅମୃତ ଧାରାର ଶୁଭ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଫଣ୍ଡରେ ନିର୍ମତ ଉକ୍ତ ପ୍ରକଳ୍ପର ଉଦ୍ଗାଟନୀ ଉତ୍ସବରେ ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି, ନର୍ଲା ବିଡିଓ ବାସନ୍ତୀ ସେଠୀ ଅତିଥି ଭାବରେ ଯୋଗଦାନ କରି ଧୂପ, ଦୀପ ଦେଇ ନାରିକେଳ ଭାଙ୍ଗି ଅମୃତ ଧାରାର ଉଦ୍ଘାଟନ କରିଥିଲେ । ଗ୍ରାମ ପଞ୍ଚାୟତର ସରପଞ୍ଚ ଦୀପାଞ୍ଜଳୀ ବୁଦ୍ଧିଆଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ  ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ନାଏବ ସରପଞ୍ଚ ସୁମିତ୍ରା ଓଝା, କାର୍ଯ୍ୟ ନିର୍ବାହୀ ଅଧିକାରୀ କିରଣ ସାହୁ, ସରପଞ୍ଚ ପ୍ରତିନିଧି ଯୁବ ନେତା ବିଜୟ ବୁଦ୍ଧିଆ, ଜିଆରଏସ ସୁଶାନ୍ତ ସାହୁ, ଯୋଗାଣ ସହାୟକ ଟଙ୍କଧର ସା, ଶଙ୍କର ଗଉଡଙ୍କ ସମେତ ସମସ୍ତ ୱାର୍ଡ ସଦସ୍ୟ/ସଦସ୍ୟା ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ।

ଉଦ୍ଘାଟନୀ ପରେ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସର୍ଗିଗୁଡା ସମିତି ସଦସ୍ୟ ଶ୍ରୀ ଗୌଡିଆ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ନବ ନିର୍ବାଚିତ ସରପଞ୍ଚ ଓ ସମିତି ସଦସ୍ୟ ଦାଇତ୍ୱ ନେବା ପରେ ଏହା ସର୍ଗିଗୁଡା ଗ୍ରାମ ପଞ୍ଚାୟତ ପାଇଁ ପ୍ରଥମ ବିକାଶ ମୂଳକ କାର୍ଯ୍ୟ ଆରମ୍ଭ ହେଲା । ଆଗାମୀ ଦିନରେ ଅଧ୍ୟକ୍ଷା ଓ ବିଡିଓଙ୍କ ସହଯୋଗରେ ସର୍ଗିଗୁଡା ଗ୍ରାମ ପଞ୍ଚାୟତରେ ବିକାଶର ଧାରା ଜାରି ରହିବ । ସମସ୍ତଙ୍କ ସହଯୋଗରେ ସର୍ଗିଗୁଡା ଗ୍ରାମ ପଞ୍ଚାୟତକୁ ଆଦର୍ଶ ଗ୍ରାମ ପଞ୍ଚାୟତ ଭାବରେ ଗଢି ତୋଳିବା ପାଇଁ ଶତ ଚେଷ୍ଟା କରିବୁ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସରପଞ୍ଚ ଶ୍ରୀମତୀ ବୁଦ୍ଧିଆ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.