ସର୍ବଭାରତୀୟ ବ୍ୟାଙ୍କ ୟୁନିୟନର ଧର୍ମଘଟ ଡାକରାରେ କେଗାଁ ଓ ମହାଲିଙ୍ଗ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ବନ୍ଦ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ସର୍ବଭାରତୀୟ ବ୍ୟାଙ୍କ ୟୁନିୟନ ଏଆଇଆରଆରବିଇଏ ଆଜି ଦିନିକିଆ ବ୍ୟାଙ୍କ ଧର୍ମଘଟ ଡାକିଥିବା ବେଳେ କେଗାଁ ଓ ମହାଲିଙ୍ଗ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ବନ୍ଦ ରହିଛି । ଯାହାଫଳରେ ଆଜି ସକଳା ୧୦ ଘଣ୍ଟାଠାରୁ ଗ୍ରାହାକ ମାନେ ବ୍ୟାଙ୍କକୁ ଆସି ଫେରିଯାଉଥିବା ଦେଖିବାକୁ ମିଳିଛି । ଅପର ପକ୍ଷରେ ଆଜି ଗୋଟିଏ ଦିନ ବ୍ୟାଙ୍କ ଧର୍ମଘଟ ଯୋଗୁଁ ବନ୍ଦ ରହିବ ବୋଲି ଏକ ସୂଚନାବାର୍ତ୍ତା ବ୍ୟାଙ୍କ ସମ୍ମୁଖରେ ମରାଯାଇଥିବା ଦେଖିବାକୁ ମିଲିଛି । ପ୍ରାୟୋଜିତ ବ୍ୟାଙ୍କଠାରୁ ଅଞ୍ଚଳିକ ବ୍ୟାଙ୍କୁ ଡିଲିଙ୍କ କରିବା, ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସପୂର୍ଣ୍ଣ ପେସନ ମିଳିବା ଭଳି ୯ ଦଫା ଦାବୀ ରହିଛି । ଏହି ଦୁଇ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ବନ୍ଦ ରହିଥିବା ବେଳେ ଗୋଲାମୁଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ଖୋଲାଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.