ବାଇକ୍ ସହ ବନ୍ୟ ଜନ୍ତୁ ମାଂସ ଜବତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ ଅଧୀନ ମ.ରାମପୁର ରେଞ୍ଜ ମୋଟ ଗଣ୍ଡା ଗାଁ ନିକଟରେ ଆଜି ଏକ ମୋଟର ସାଇକେଲରେ ଗୋଟିଏ ଅଖାରେ କିଛି ବନ୍ଧା ହେଇଥିବା ଦେଖିବାକୁ ମିଳିଥିଲା । ଖବର ପ୍ରଚାର ହେବା ପରେ ଲୋକେ ଭୟ ଓ ଆଶଙ୍କା ରେ ମ.ରାମପୁର ପୁଲିସ୍କୁ ଖବର ଦେଇଥିଲେ । ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚିବା ସହ ମ.ରାମପୁର ରେଞ୍ଜ ଅଧିକାରୀ ଅସିତ କୁମାର ଦାଶ, ଫରେଷ୍ଟର ରମେଶ ଚନ୍ଦ୍ର ବାଗ, ଫରେଷ୍ଟ ଗାର୍ଡ ବାଳ କୃଷ୍ଣ ଜାଲ ମଧ୍ୟ ପହଞ୍ଚି ଥିଲେ । ପରେ ଗାଡ଼ିରେ ଥିବା ଅଖା ଖୋଲିବାରୁ ପ୍ରାୟ ତିରିଶ କେଜି ବନ୍ୟ ଜନ୍ତୁ ମାଂସ ଥିବା ଜଣା ପଡିଥିଲା । ତେବେ ଚମଡା ନ ଥିବା କାରଣରୁ କୋଉ ଜନ୍ତୁର ମାଂସ ଜଣାପଡି ନାହିଁ । ଚିହ୍ନଟ ପାଇଁ ମାଂସ ପରୀକ୍ଷା କେନ୍ଦ୍ରକୁ ପଠା ଯାଇ ବଳକା ମାଂସକୁ ପୋତି ଦିଆ ଯାଇଛି । ବ୍ୟବହୃତ ଗାଡ଼ିର ନମ୍ବର ମଧ୍ଯ ଠିକ ଭାବରେ ଜଣା ପଡୁ ନ ଥିବା ବେଳେ ଦୁଇ ତିନି ଜଣଙ୍କ ଭିତରେ ଗାଡି କିଣା ବିକା ହେଇଥିବା କୁହା ଯାଉଛି । ଗାଡ଼ି ମାଲିକକୁ ଠାବ କରିବାକୁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଥିବା ଜଣାପଡିଛି । ତେବେ ଗତ କାଲି କେହି ଜଣେ ଏହି ମାଂସ ଧରି ଅନ୍ୟତ୍ର ଚାଲାଣ କରୁଥିବା ବେଳେ ପୁଲିସ ଗାଡ଼ି ଦେଖି ମୋଟ ଗଣ୍ଡା ଦେଇ ଚନ୍ଦନ ପିଣ୍ଡା ରାସ୍ତାରେ ଯାଇ ଗାଡ଼ି ସହ ମାଂସ ଭର୍ତ୍ତି ଅଖା ବସ୍ତା ଛାଡ଼ି ଦେଇ ଫେରାର ମାରିଥିବା ଆଲୋଚନା ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.