ବିଜେପି ଉପରେ ପ୍ରବଳ ବର୍ଷିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି ଯେ ସେ କେନ୍ଦ୍ରରେ କ୍ଷମତାସୀନ ହେବା ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମଧ୍ୟ ସେ କହୁଥିବା କଥାକୁ ଅନୁସରଣ କରିବେ। କୋଲକାତାରେ ଏକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ମମତା ଏପରି କହିଛନ୍ତି। ସେ କେନ୍ଦ୍ର ସରକାରକୁ ଟାର୍ଗେଟ କରିବାକୁ ଯାଇ ପରୋକ୍ଷରେ କହିଛନ୍ତି, ଆଜି ଆପଣ କ୍ଷମତାରେ ଅଛନ୍ତି ଏବଂ ସେଥିପାଇଁ ଆପଣ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରୁଛନ୍ତି। ଆସନ୍ତାକାଲି ଯେତେବେଳେ ଆପଣ କ୍ଷମତାରେ ନଥିବେ, ତଦନ୍ତକାରୀ ସଂସ୍ଥା ଆପଣଙ୍କ ଘରକୁ ଯାଇ କାନ ଟାଣିବେ। ତେଣୁ ଆପଣ ମଧ୍ୟ ପ୍ରସ୍ତୁତ ରୁହନ୍ତୁ। ଏହାଠାରୁ ଅଧିକ କିଛି କହିବାକୁ ଚାହେଁ ନାହିଁ। ମମତାଙ୍କ ଏହି ବୟାନ ପୂର୍ବରୁ ସକାଳେ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲାରେ ତଦନ୍ତ କରୁଥିବା ଇଡି ହାତରେ ଏକ ବଡ ପ୍ରମାଣ ଲାଗିଥିବା ସୂଚନା ରହିଛି। ଯେଉଁଥିରେ ଦୁର୍ନୀତି ବାବଦରେ ମମତା ଜାଣିଥିବା ସୂଚନା ରହିଛି। ସେହିପରି ଟଙ୍କା ପଇସା କାରବାର ସହିତ ମମତାଙ୍କୁ ନିଯୁକ୍ତି ବାବଦରେ ଲେଖାଯାଇଥିବା ଏକ ଚିଠି ଇଡି ହାତରେ ପ୍ରମାଣ ସୂରୂପ ଲାଗିଥିବା ସୂଚନା ରହିଛି। ଯାହା ଶାସକ ଦଳ ଟିଏମସିକୁ ଆଗାମୀ ଦିନରେ ବଡ ଅଡୁଆରେ ପକାଇପାରେ।ଜବାବରେ ବିଜେପି କହିଛି, ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ଟିଏମସିର ଅନ୍ୟତମ ବିଧାୟକ ମାଣିକ ଭଟ୍ଟଚାର୍ଯ୍ୟଙ୍କୁ ଗିରଫ କରି ସାରିଛି। ମାଣିକ ଭଟ୍ଟାଚାର୍ଯ୍ୟଙ୍କ ଘରୁ ଏକ ଦଲିଲ ଜବତ ହୋଇଛି। ଯାହାକୁ ନେଇ ଟିଏମସି ସୁପ୍ରିମୋ ଭୟଭୀତ ହୋଇଯାଇଛନ୍ତି। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ସେ ଭୟଭୀତ ଅଛନ୍ତି। ମମତା ବାନାର୍ଜୀଙ୍କୁ ଦିଆଯାଇଥିବା ଚିଠି ସମେତ ଇଡି କୋର୍ଟକୁ ଅନେକ ଦଲିଲ ହସ୍ତାନ୍ତର କରିଛନ୍ତି। ଏହି ଚିଠିରେ ଦର୍ଶାଯାଇଛି ଯେ ଜଣେ ଯୁବ ଟିଏମସି ନେତା ୪୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ବିଦ୍ୟାଳୟରେ ଚାକିରି ଦେଇଛନ୍ତି। ଏଥିପାଇଁ ୭ ଲକ୍ଷ ଟଙ୍କା ନିଆଯାଇଛି। ତେଣୁ ଉପର କ୍ଷମତା କେନ୍ଦ୍ରର ବିନା ନିର୍ଦ୍ଦେଶରେ ମାଣିକ ଭଟ୍ଟାଚାର୍ଯ୍ୟ ଏବଂ ପାର୍ଥ ଚାଟାର୍ଜୀ ଏତେ ବଡ଼ ଦୁର୍ନୀତି କରିପାରିବେ ନାହିଁ। ଇଡି ଏବଂ ସିବିଆଇ ବର୍ତ୍ତମାନ ଏମାନଙ୍କୁ ଜେରା କରିବା ପାଇଁ ଦରକାର।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.