‘ୟୁକ୍ରେନ ନାଟୋରେ ସାମିଲ ହେଲେ ତୃତୀୟ ବିଶ୍ବଯୁଦ୍ଧ ଆରମ୍ଭ ହେବ !’

ଓଡ଼ିଆ ବାର୍ତ୍ତା/ ମସ୍କୋ: ଯଦି ୟୁକ୍ରେନକୁ ନାଟୋ ସଦସ୍ୟତା ପ୍ରଦାନ କରିବ ତାହେଲେ ତୃତୀୟ ବିଶ୍ୱୟୁଦ୍ଧ ହେବ। ଏପରି ଧମକ ଦେଇଛି ଋଷ।  ଋଷିଆର ସୁରକ୍ଷା ପରିଷଦର ଉପ ସଚିବ ଆଲେକଜେନଡର ଭେନେଡିକଟୋଭଙ୍କ ଉଦ୍ଧୃତ ବୟାନରେ ବିଦେଶୀ ଗଣମାଧ୍ୟମ ‘ଡେଲି ମେଲ୍’ରେ ପ୍ରକାଶ ପାଇଛି। ଯେଉଁଥିରେ କୁହାଯାଇଛି, କିଭ୍ ଭଲ ଭାବେ ଜାଣିଛି ନାଟୋରେ ସଦସ୍ୟତା ଗ୍ରହଣ କରିବା ପଦକ୍ଷେପର ଅର୍ଥ ହେଉଛି ତୃତୀୟ ବିଶ୍ୱୟୁଦ୍ଧକୁ ସୁନିଶ୍ଚିତ କରିବା। ‘ଡେଲି ମେଲ୍’ ରିପୋର୍ଟ ଅନୁୟାୟୀ, ରାଷ୍ଟ୍ରପତି ପୁଟିନଙ୍କ ସହଯୋଗୀ ନିକୋଲାଇ କହିଛନ୍ତି ଯେ ୟୁକ୍ରେନର ଆବେଦନ ଏକ ପ୍ରଚାର ବୋଲି ସେ ଭାବୁଛନ୍ତି। କାରଣ ୟୁକ୍ରେନ୍ ନାଟୋର ସଦସ୍ୟତା ନେବା ପରେ ପାଶ୍ଚାତ୍ୟ ଦେଶମାନେ ଏହାର ପରିଣାମ ବୁଝିପାରିବେ କ’ଣ ହେବ। ବୋଧହୁଏ, ୟୁକ୍ରେନ ନାଟୋରେ ସଦସ୍ୟ ପାଇଁ ଆବେଦନ କରିଥିବା ଖବର ପ୍ରଚାର କରି ପୁଣି ଥରେ ନିଜ ଆଡ଼କୁ ଦୃଷ୍ଟି ଆକର୍ଷଣ କରିବା ପାଇଁ ପାଶ୍ତାତ୍ୟ ଦେଶ ଚାହୁଁଛି ବୋଲି ପୁଟିନଙ୍କ ସହଯୋଗୀ କହିଛନ୍ତି। ଭେନେଡିକଟୋଭ କହିଛନ୍ତି ଯେ ଏଭଳି ପଦକ୍ଷେପର ଆତ୍ମଘାତୀ ପଦକ୍ଷେପ ସହିତ ସମାନ। ଏପରି ହେଲେ ପରମାଣୁ ବୋମା ସମ୍ପୂର୍ଣ୍ଣ ଭାବରେ ସମଗ୍ର ବିଶ୍ୱକୁ ପ୍ରଭାବିତ କରିବ। କେବଳ ରୁଷିଆ ଏବଂ ସାମୂହିକ ପାଶ୍ଚାତ୍ୟ ଦେଶ ନୁହେଁ, ବରଂ ପ୍ରତ୍ୟେକ ଦେଶ ଏହାଦ୍ୱାରା କ୍ଷତିଗ୍ରସ୍ତ ହେବ ବୋଲି ଭେନେଡିକ୍ଟଭ୍ କହିଛନ୍ତି। ଏହାର ପରିଣାମ ସମସ୍ତ ମାନବ ଜାତି ପାଇଁ କ୍ଷତିକାରକ ହେବ। ‘ଡେଲି ମେଲ୍’ର ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୩୦ରେ ୟୁକ୍ରେନ୍ ରାଷ୍ଟ୍ରପତି ଭଲୋଦିମିର ଜେଲେନସ୍କି ନାଟୋର ଫାଷ୍ଟ୍-ଟ୍ରାକ୍ ସଦସ୍ୟତା ପାଇଁ ଆବେଦନ କରିବା ପରେ ଋଷ ପକ୍ଷରୁ ଏପରି ଚେତାବନୀ ଦିଆଯାଇଛି।ତେବେ ୟୁକ୍ରେନର ସଦସ୍ୟତା ଦାବିକୁ ମୁଖ୍ୟତଃ ସାଙ୍କେତିକ ବୋଲି ବିବେଚନା କରାଯାଉଥିଲା, କାରଣ ପୂର୍ଣ୍ଣ ସଦସ୍ୟତା ପାଇଁ ସମସ୍ତ ୩୦ ନାଟୋ ସଦସ୍ୟଙ୍କ ସହମତି ଆବଶ୍ୟକ ହେବ ଏବଂ ମେଣ୍ଟରେ ସାମିଲ ହେବା ପାଇଁ ଦେଶମାନଙ୍କ ପାଇଁ ଜାରି ରହିଥିବା କ୍ଷେତ୍ରୀୟ ବିବାଦ ଏକ ପ୍ରତିବନ୍ଧକ ବୋଲି ‘ଡେଲି ମେଲ୍’ କହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.