ଅକ୍ଟୋବର ୧୬ ରୁ ୨୦ ମଧ୍ୟରେ ଟିଟିଲାଗଡ-ରାୟଗଡା ଲାଇନର ଦିନବେଳା ସମସ୍ତ ଟ୍ରେନ ବାତିଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ, ରୁପ୍ରାରୋଡ, ଲାଞ୍ଜିଗଡରୋଡ ଦେଇ ଦିନବେଳା ଯାଉଥିବା ସମସ୍ତ ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ ବାତିଲ ପାଇଁ ରେଳବାଇ ବିଭାଗ ଚିଠି ମାଧ୍ୟମରେ ସୂଚୀତ କରିଥିବା ଜଣାପଡିଛି । ଗତ ଦୁଇବର୍ଷ ହେଲା ବିଶାଖାପାଟନମରୁ ରାୟପୁର ପର୍ଯ୍ୟନ୍ତ ତୃତୀୟ ରେଳ ଲାଇନ କାମ ଚାଲୁଥିଲା । ଯାହା ଚଳିତ ବର୍ଷ ଜୁନ ମାସରେ କାମ ସରିଯାଇଛି । ସେହି ତୃତୀୟ ରେଳ ଧାରଣାକୁ ମୁଖ୍ୟ ଲାଇନ ସହିତ ସଂଯୋଗ କରିବା ଏବଂ ଷ୍ଟେସନ ଗୁଡିକର ଆରମ୍ଭ ଓ ଶେଷ ମୁଣ୍ଡ ଗୁଡିକରେ ପଏଣ୍ଟ ସବୁ ଲଗାଯିବା ପାଇଁ ଅକ୍ଟୋବର ୧୬ ରୁ ୨୦ ଯାଏଁ ସମସ୍ତ ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ ଗୁଡିକ ବାତିଲ କରାଯାଇଥିବା ଜଣାପଡିଛି । ଟ୍ରେନ ଗୁଡିକ ମଧ୍ୟରେ ସମ୍ବଲପୁର ଡିଭିଜନ ଦେଇ ଯାଉଥିବା ଟ୍ରେନ ୦୮୩୧୭ ସମ୍ବଲପୁର ଜୁନାଗଡରୋଡ ପାସେଞ୍ଜର ୧୪/୧୦ ରୁ ୨୦/୧୦ ଯାଏଁ କ୍ୟାନସଲ କରାଯାଇଥିବା ବେଳେ ବିପରିତ ପଟରୁ ଆସୁଥିବା ୦୮୩୧୮ ଜୁନାଗଡରୋଡ-ସମ୍ବଲପୁର ପାସେଞ୍ଜର ୧୫/୧୦ ରୁ ୨୧/୧୦ ଯାଏଁ କ୍ୟାନସଲ ରହିବ । ସେହିଭଳି ୦୮୫୨୭ ରାୟପୁର- ବିଶାଖାପାଟନମ ପାସେଞ୍ଜର ୧୫/୧୦ ରୁ ୨୧/୧୦, ବିପରୀତ ପଟରୁ ଆସୁଥିବା ଟ୍ରେନ ନଂ-୦୮୫୨୮ ବିଶାଖାପାଟନମ-ରାୟପୁର ପାସେଞ୍ଜର ୧୪/୧୦ ରୁ ୨୦/୧୦ ଯାଏଁ ବାତିଲ ରହିବ ବୋଲି ଇଷ୍ଟକୋଷ୍ଟ ରେଳବାଇ ବିଭାଗ ର ନୋଟିସ୍ ନଂ- ୨୬୪ ଯାହା ତା.୩/୧୦ ସୋମବାର ଦିନ ପ୍ରକାଶ ପାଇଛି । ସେହିଭଳି ୦୮୨୭୫ ରାୟପୁର- ଜୁନାଗଡରୋଡ ପାସେଞ୍ଜର ୧୫/୧୦ ରୁ ୨୦/୧୦ ଯାଏଁ ଏବଂ ୦୮୨୭୬ ଜୁନାଗଡରୋଡ- ରାୟପୁର ପାସେଞ୍ଜର ୧୬/୧୦ ରୁ ୨୧/୧୦ ଯାଏଁ ବାତିଲ ରହିବ । ୟେ ତ ଗଲା ଦିବେଳା ଚାଲୁଥିବା ପାସେଞ୍ଜର ଟ୍ରେନ ପ୍ରସଙ୍ଗ । ଦିନବେଳା ଟିଟିଲାଗଡ ରୁ ରାୟଗଡା ମଧ୍ୟରେ ଚାଲୁଥିବା ଏକ୍ସପ୍ରେସ ଟ୍ରେନ ଗୁଡିକ ମଧ୍ୟରେ ୧୮୦୦୫ ହାୱଡା-ଜଗଦଲପୁର ଏକ୍ସପ୍ରେସ ଟ୍ରେନ ୧୬/୧୦ ରେ ବାତିଲ ରହିଥିବା ବେଳେ ୧୮୦୦୬ ଜଗଦଲପୁର-ହାୱଡା ସମଲେଶ୍ୱରୀ ଏକ୍ସପ୍ରେସ ୧୭/୧୦ ରେ ବାତିଲ ରହିବ । ସେହିଭଳି ୧୮୩୦୧ ସମ୍ବଲପୁର-ରାୟଗଡା ଓ ୧୮୩୦୨ ରାୟଗଡା- ସମ୍ବଲପୁର ଏକ୍ସପ୍ରେସ ୧୬/୧୦ ରୁ ୨୦/୧୦ ଯାଏଁ କ୍ୟାନସଲ କରାଯାଇଥିବା ଜଣାପଡିଛି । ୨୦୮୩୭ ଭୁବନେଶ୍ୱର-ଜୁନାଗଡରୋଡ ଏକ୍ସପ୍ରେସ ୧୬/୧୦ ରୁ ୧୯/୧୦ ଏବଂ ୨୦୮୩୮ ଜୁନାଗଡ ରୋଡ-ରୁ ଭୁବନେଶ୍ୱର ଏକ୍ସପ୍ରେସ ୧୭/୧୦ ରୁ ୨୦/୧୦ ଯାଏଁ ବାତିଲ ରହିବ। ସେହିଭଳି ଦିନବେଳା ଚାଲୁଥିବା ୧୨୮୦୮ ନିଜାମୁଦ୍ଦୀନ- ବିଶାଖାପାଟନମ ସମତା ସୁପରଫାଷ୍ଟ ଏକ୍ସପ୍ରେସ ୧୫/୧୦ ଦିନ ବାତିଲ ରହିବ ବୋଲି ରେଳବାଇ ବିଭାଗ ବିଜ୍ଞପ୍ତିରୁ ଜଣାପଡିଛି । ହେଲେ ରାତି ସମୟରେ ରାୟଗଡାରୁ ଟିଟିଲାଗଡ ମଧ୍ୟରେ ଚାଲୁଥିବା ସମସ୍ତ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନଗୁଡିକର ଚଳାଚଳ ପୂର୍ବବତ ରହିବ ବୋଲି ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.