ଟି୨୦ ବିଶ୍ୱକପ: ଭାଷ୍ୟକାର ତାଲିକାର ୩ ଭାରତୀୟ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ୨୦ ଏଲିଟ ଭାଷ୍ୟକାରଙ୍କ ନାମ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ଏଥିରେ ଭାରତର ୩ଜଣଙ୍କୁ ସୁଯୋଗ ମିଳିଛି । ସେମାନେ ହେଲେ ରବି ଶାସ୍ତ୍ରୀ, ସୁନୀଲ ଗାଭାସ୍କର ଓ ହର୍ଷ ଭୋଗଲେ । ଏମାନଙ୍କ ବ୍ୟତୀତ ଇଆନ ମୋର୍ଗାନ, ପ୍ରେଷ୍ଟନ ମୋମସେନ, ଡେଲ ଷ୍ଟେଇନ ପରି ପୂର୍ବତନ କ୍ରିକେଟରଙ୍କୁ ସାମିଲ କରାଯାଇଛି । ଟି୨୦ ବିଶ୍ୱକପ ରବିବାରଠାରୁ ଆରମ୍ଭ ହୋଇଯାଇଛି । ପ୍ରଥମ ଦିବସରେ ଅନୁଷ୍ଠିତ କ୍ୱାଲିଫାଇଂ ମୁକାବିଲାରେ ଶ୍ରୀଲଙ୍କାକୁ ନାମ୍ବିଆ ଓ ୟୁଏଇକୁ ନେଦରଲାଣ୍ଡ ପରାସ୍ତ କରିଛନ୍ତି । ଭାଷ୍ୟକାରଙ୍କ ତାଲିକା: ଆଡାମ ଗିଲକ୍ରିଷ୍ଟ, ଅଥର ଅଲୀ ଖାଁ, ବାଜିଦ ଖାଁ, ବ୍ରାଏନ ମୁରଗାଟ୍ରୋଏଡ, କାର୍ଲୋସ ବ୍ରାଥୱେଟ, ଡେଲ ଷ୍ଟେଇନ, ଡାନୀ ମୋରିସନ, ଡିକ ନାନେସ, ଇଅନ ମୋର୍ଗାନ, ହର୍ଷ ଭୋଗଲେ, ଇଆନ ବିଶପ, ଇଆନ ସ୍ମିଥ, ଈଶା ଗୁହା, ମାର୍କ ହାୱାର୍ଡ, ମେଲ ଜୋନ୍ସ, ମାଇକେଲ ଆର୍ଥଟନ, ମାଇକେଲ କ୍ଲାର୍କ, ନାସିର ହୁସେନ, ନାଟାଲିଆ ଜର୍ମନସ, ନୀଲ ଓ ବ୍ରେନ, ପୋମି ମୋବାଙ୍ଗୱା, ପ୍ରେଷ୍ଟନ ମୋମସେନ, ରବି ଶାସ୍ତ୍ରୀ, ରସେଲ ଆର୍ଣ୍ଣଲ୍ଡ, ସାମୁଏଲ ବଦ୍ରି, ଶେନ ୱାଟସନ, ଶନ ପୋଲକ, ସାଇମନ ହୁଲ ଓ ସୁନୀଲ ଗାଭସ୍କର ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.