ଜିଲ୍ଲାସ୍ତରୀୟ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଡିଆଇଇଟି ପରିସରରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ପଞ୍ଚ ଦିବସୀୟ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା ଆୟୋଜିତ ହୋଇଯାଇଛି। ପ୍ରଥମ ଦିନରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଜିଲ୍ଲାର ସମସ୍ତ ବ୍ଲକରୁ ୧୦୦ ଜଣ ଇନିସିଆଲ ଏପଇଣ୍ଟି ଶିକ୍ଷକ ଏହି ଲିଡରସିପ୍ ଓ ଡିଜିଟାଲ୍ ସ୍କିଲ୍ ତାଲିମ ଶିବିରରେ ଯୋଗଦାନ କରିଥିଲେ।

Omkar Vasthu
Omkar Vasthu

ସାଧନକର୍ମୀ ସମୀର କୁମାର ବେହେରା, ବିଜୟାନନ୍ଦ ହୋତା, ପ୍ରକାଶ ନିଶଙ୍କ, ଜୀବନ ପଣ୍ଡା, ପ୍ରୋଗ୍ରାମର ସୌମେନ୍ଦ୍ରନାଥ ପଟ୍ଟନାୟକ ପ୍ରମୁଖ ଏହି ତାଲିମ ଶିବିରରେ ପ୍ରଶିକ୍ଷଣ ଦେଇଥିଲେ। ଉଦଯାପନୀ ସମାରୋହରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପେଡ଼ାଗୋଜି ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ, ଡିଆଇଇଟିର ଅଧ୍ୟକ୍ଷା ସ୍ନେହପ୍ରଭା ମହାପାତ୍ର, ଅଜିତ ପ୍ରଧାନ, ମନୋଜ କୁମାର ସାହୁ ପ୍ରମୁଖ ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.