ଗିରଫ ହେବେ କି ମନୀଷ ସିସୋଦିଆ?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦ୍ବିତୀୟ ଥର ପାଇଁ ଆଜି ସିବିଆଇ ଜେରାର ସାମ୍ନା କରିବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଦିଲ୍ଲୀ ସିବିଆଇ ଅଫିସକୁ ଆସି ସେ ଆଜି ନିଜ ପକ୍ଷ ରଖିବେ। ଏହାପୂର୍ବରୁ ଏହି ମାମଲାରେ ତିନି ଜଣ ଗିରଫ ହୋଇଛନ୍ତି। ୧୦ ହଜାର କୋଟି ଟଙ୍କାର ଏହି ଦୁର୍ନୀତି ମାମଲାରେ ସିବିଆଇ-ଇଡି ତଦନ୍ତ କରୁଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଗତ ଶୁକ୍ରବାର ଦିଲ୍ଲୀର ୨୫ଟି ସ୍ଥାନରେ ସିବିଆଇ ରେଡ୍ କରିଥିଲା। ସେହିପରି ହାଇଦ୍ରାବାଦ ସମେତ ଅନେକ ରାଜ୍ୟରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ରେଡ୍ କରିବା ବେଳେ ଏହି ଦୁର୍ନୀତି ମାମଲାର ବଡ ପ୍ରମାଣ ସିବିଆଇ ଏବଂ ଇଡି ହାତରେ ହସ୍ତଗତ ହୋଇଛି। ଆଜି ସିସୋଦିଆ ସିବିଆଇରେ ହାଜର ହେବା ପୂର୍ବରୁ ଗତକାଲି ଆମ୍ ଆଦମୀ ପାର୍ଟି ଏକ ପ୍ରେସ କନଫରେନସ କରିଥିଲା। ଯେଉଁଥିରେ ଦଳର ମୁଖପାତ୍ର ସୌରଭ ଭରଦ୍ୱାଜ କହିଥିଲେ ମନୀଷ ସିସୋଦିଆଙ୍କୁ ସୋମବାର ସିବିଆଇ ଗିରଫ କରିବ। ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କୁ ପ୍ରଥମେ ତାଙ୍କ ଘରେ ରେଡ୍ କରି ପଚରା ଉଚରା କରିଥିଲା। ପରେ ତାଙ୍କ ବ୍ୟାଙ୍କ ଲକର ସମେତ ଅନେକ ଠିକଣାରେ ରେଡ୍ କରିଥିଲା। ଏଯାବତ ୫୦୦ରୁ ଅଧିକ ସ୍ଥାନରେ ସିବିଆଇ ଏବଂ ଇଡି ରେଡ୍ କରିଛନ୍ତି। ହେଲେ କଣ ମିଳିଛି ଏଯାବତ ସ୍ପଷ୍ଟ ହୋଇନି। କେନ୍ଦ୍ରର ଶାସକ ଦଳ ବିଜେପି ଆମ୍ ଆଦମୀ ପାର୍ଟିକୁ ଗୁଜରାଟରେ ଅଟକାଇବାକୁ ପ୍ରୟାସ କରୁଛି। ମନୀଷ ସିସୋଦିଆ ମଧ୍ୟ ଗୁଜରାଟରେ ନିର୍ବାଚନ ପ୍ରଚାର ଦାୟିତ୍ବରେ ରହିଛନ୍ତି। ତେଣୁ ସିସୋଦିଆଙ୍କୁ ସିବିଆଇ ଗିରଫ କରିବାକୁ ଯୋଜନା କରୁଛି। ଏହାକୁ ନେଇ ବିଜେପି ମୁଖପାତ୍ର ଗୌରଭ ଭାଟିଆ କହିଥିଲେ ଆମ୍ ଆଦମୀ ପାର୍ଟି ଏକ ମାହୋଲ ତିଆରି କରିବାକୁ ପ୍ରୟାସ କରୁଛି। ଗିରଫ ହେବେ ସିସୋଦିଆ କହି ତଦନ୍ତ ପ୍ରକ୍ରିୟା ଉପରେ ଚାପ ପକାଇବାକୁ ପ୍ରୟାସ କରୁଛି ଆମ୍ ଆଦମୀ ପାର୍ଟି। ଦେଶରେ ପ୍ରଥମ ଥର ପାଇଁ ଜଣେ ଉପମୁଖ୍ୟମନ୍ତ୍ରୀ ଦୁର୍ନୀତି ମାମଲାରେ ଜେରାର ସାମ୍ନା କରୁଛି।ସେହିପରି ମନୀଷ ସିସୋଦିଆ ଗତକାଲି ସମନ ପାଇବା ପରେ କହିଥିଲେ ଯେ ସେ ତଦନ୍ତରେ ସହଯୋଗ କରୁଛନ୍ତି, ତେଣୁ ସୋମବାର ମଧ୍ୟ ତଦନ୍ତରେ ସହଯୋଗ କରିବେ। ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଟ୍ବିଟ୍ କରି କହିଥିଲେ, ମନୀଷ ସିସୋଦିଆ ଦେଶର ଦ୍ବିତୀୟ ଭଗତ ସିଂହ। ସେ ଗରିବ ପିଲାଙ୍କ ଶିକ୍ଷା ପାଇଁ ଅନେକ କାମ କରୁଛନ୍ତି। ତାଙ୍କ ସହିତ ଗରିବ ଲୋକଙ୍କ ଆଶୀର୍ବାଦ ରହିଛି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.