ଓଡ଼ିଆ ବାର୍ତ୍ତା/ କଂଜୁରହାନ: ଇଣ୍ଡୋନେସିଆ ସରକାର ଯେଉଁ ଷ୍ଟାଡିୟମରେ ୧୩୩ ଜଣ ଲୋକ ମରିଥିଲେ ତାକୁ ଧ୍ବଂସ କରିବାକୁ ନିଷ୍ପତ୍ତି ନେଇଛନ୍ତି । କଂଜୁରହାନ ଷ୍ଟାଡିୟମରେ ଫୁଟବଲ ମ୍ୟାଚ ପରେ ଦଳାଚକଟା ହୋଇ ଦୁଇ ସପ୍ତାହ ତଳେ ୧୩୩ ଲୋକ ପ୍ରାଣ ହରାଇଥିଲେ । ଏଥିପାଇଁ ସାରା ବିଶ୍ବରେ ଇଣ୍ଡୋନେସିଆକୁ ସମାଲୋଚନା କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରାଯାଇଥିଲା । ଏଥିରେ ସେଠାକାର ସରକାର ଏହି ଷ୍ଟାଡିୟମକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଆରେମା ଓ ପର୍ସେବାୟା ସୁରବାୟା ଦୁଇଟି କ୍ଲବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ୩-୨ ଗୋଲରେ ଆରେମା ପରାଜୟ ହେଲା ପରେ ଷ୍ଟାଡିୟମରେ ହିଂସାକାଣ୍ଡ ହୋଇଥିଲା । ଦୁଇ ଦଳର ପ୍ରଶଂସକମାନେ ଅତ୍ୟଧିକ ଭିଡ, ଦଳାଚକଟା ଏବଂ ଅଣନିଶ୍ୱାସୀ ହୋଇ ମୃତ୍ୟୁ ବରଣ କରିଥିଲେ।ହଜାର ହଜାର ଫ୍ୟାନ୍ ହିଂସ୍ର ହୋଇ ପଡ଼ିଆକୁ ଦୌଡିଥିଲେ। ଭିଡ ନିୟନ୍ତ୍ରଣ କରିବା ପାଇଁ ପୋଲିସ, ଫୁଟବଲ ଷ୍ଡାଡିୟମରେ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ରିପୋର୍ଟ ମୁତାବକ, ପୋଲିସ ଜନଗହଳିପୂର୍ଣ୍ଣ ଷ୍ଟାଡିୟମରେ ଲୁହବୁହା ଗ୍ୟାସ ଫିଙ୍ଗିବା ପରେ ଅନେକ ଆହତ ହୋଇ ଏଣେ ତେଣେ ଦୈାଡିବାକୁ ଲାଗିଥିଲେ ।