ଭାରତୀୟ ଟିମ ପାକିସ୍ତାନ ଗସ୍ତ ନକଲେ ପାକିସ୍ତାନ ମଧ୍ୟ ବିଶ୍ୱକପ ଖେଳିବାକୁ ଭାରତ ଆସିବ ନାହିଁ -ସୁତ୍ର

ଓଡ଼ିଆ ବାର୍ତ୍ତା/ ଇସଲାମାବାଦ: ପାକିସ୍ତାନରେ ଏବେ କ୍ରିକେଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।  ଭାରତ ଏସିଆ କପ ଖେଳିବାକୁ ପାକିସ୍ତାନ ଯିବ ନାହିଁ କହିବା ପରେ ପାକିସ୍ତାନରେ ଏବେ ଘନ ଘନ ବୈଠକ ଚାଲିଛି ।  ବିସିସିଆଇ ସମ୍ପାଦକ ଜୟ ଶାହ ସ୍ପଷ୍ଟ କରିଛନ୍ତି ଯେ ଆସନ୍ତା ବର୍ଷ ପାକିସ୍ତାନ ଗସ୍ତରେ ଯିବ ନାହିଁ ଭାରତ । ଏସିଆ କପ ପାକିସ୍ତାନ ବ୍ୟତୀତ ଅନ୍ୟ କେଉଁଠାରେ ହୋଇପାରେ  । ଏହା ପରେ ବିବାଦ ସୃଷ୍ଟି ହୋଇଛି। ଭାରତର ଏପରି ଆଭିମୁଖ୍ୟକୁ ପାକିସ୍ତାନ କଡ଼ା ବିରୋଧ କରିବା ସହ ୨୦୨୩ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପରୁ ପାକିସ୍ତାନ ଓହରି ଯିବ ବୋଲି ଧମକ ଦେଇଛି । ଏଠାରେ ସୂଚନାଯୋଗ୍ୟ ପାକିସ୍ତାନ ୨୦୨୩ରେ ହେବାକୁ ଥିବା ଏସିଆ କପର ଆୟୋଜନ ଦାୟିତ୍ୱ ପାଇଛି । ପ୍ରଥମେ ଏହା ଚର୍ଚା ହେଉଥିଲା ଆସନ୍ତା ବର୍ଷ ପାକିସ୍ତାନ ଗସ୍ତରେ  ଭାରତ ଯିବ ।  ଜୟ ଶାହ ଏସିଆ କପ ଖେଳିବାକୁ ଭାରତ କେବେ ହେଲେ ପାକିସ୍ତାନ ଯିବ ନାହିଁ ଓ ଟୁର୍ଣ୍ଣାମେଣ୍ଟ ନିରପେକ୍ଷ ଭେନ୍ୟୁରେ କରାଯିବ ବୋଲି କହିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ କଣ କରିବ ସେ ନେଇ ଆଲୋଚନା ଚଲାଇଛି । ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶାହଙ୍କ ବୟାନ ପରେ ପାକିସ୍ତାନ କ୍ରିକେଟ ବୋର୍ଡ ଭାରତରେ ଆୟୋଜିତ ୨୦୨୩ ବିଶ୍ୱକପକୁ ବୟକଟ କରିବା ଉପରେ ବିଚାର ଆରମ୍ଭ କରିଛି। ଯଦି ଭାରତ ଏସିଆ କପ ଖେଳିବାକୁ ପାକିସ୍ତାନ ନ ଯିବ, ତା’ହେଲେ ପାକିସ୍ତାନ ମଧ୍ୟ ବିଶ୍ୱକପ ଖେଳିବାକୁ ଭାରତ ଆସିବ ନାହିଁ ବୋଲି ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଥିବା ସେଠାକାର ଗଣମାଧ୍ୟମରେ ଚର୍ଚା ହେଉଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.