ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଦିନକୁ ଦିନ ଜଙ୍ଗଲ କ୍ଷୟ ଯୋଗୁଁ ବନ୍ୟ ଯନ୍ତୁ ଖାଦ୍ୟ ଅନ୍ୱେଷଣ ଓ ଭୟଭୀତ ହୋଇ ଗାଁ ମୁହାଁ ହେଉଥିବା ଯୋଗୁଁ ନିରୀହ ମଣିଷ ହିଂସ୍ର ଯନ୍ତୁର ଆକ୍ରମଣର ଶିକାର ହେଉଛନ୍ତି । ଏମିତି ଏକ ଜଙ୍ଗଲୀ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ତେନ୍ତୁଳି ପଡାର କାମଦେବ ରାଉତ(୩୫) । ଆଜି ସକାଳୁ ସେ ନିଜ ଚାଷ ଦେଖିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଛି । ଗୁରୁତର ଅବସ୍ଥାରେ ସେ ଭାଲୁ କବଳରୁ ଖସି ଆସି ଘରେ ପହଞ୍ଚିଥିଲେ । ପରେ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଭାଗ୍ୟର ବିଷୟ ଖବର ଲେଖା ହେବା ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ସେ ଏଯାଏଁ ବେଡ଼ ଟିଏ ପାଇ ନାହାନ୍ତି । ତେବେ ଖବର ପାଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକ ବନ କର୍ମଚାରୀ ମାନଙ୍କୁ ପଠେଇ ସ୍ଥିତି ଅନୁଧ୍ୟାନ ସହ ଯାହା ସବୁ ସରକାରୀ ସୁବିଧା ଅଛି ତାହା ଯୋଗେଇଦେବା ପାଇଁ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.