୧୯୯୯ ମସିହା ମହାବାତ୍ୟାରେ ପ୍ରାଣ ହରାଇଥିବା ମୃତକଙ୍କ ଉଦେଶ୍ୟରେ ଛାତ୍ର ବିଜେଡିର ସମୂହ ଦୀପଦାନ

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଆହ୍ୱାନ କ୍ରମେ ଓ ତିର୍ତ୍ତୋଲ ବ୍ଲକ ଛାତ୍ର ବିଜେଡ଼ି ସଭାପତି କାଳନ୍ଦି ଦାଶଙ୍କ ନେତୃତ୍ୱରେ ୧୯୯୯ ମସିହା ମହାବାତ୍ୟାରେ ପ୍ରାଣ ହରାଇଥିବା ମୃତକଙ୍କ ଅମର ଆତ୍ମାର ସଦଗତି ଉଦେଶ୍ୟରେ ଝଙ୍କଡ଼ ମା ଶାରଳା ମନ୍ଦିରରେ ସମୂହ ଦୀପଦାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଯୁବ ବିଜେଡ଼ି ସଭାପତି ସୁମିତ ଦାସ, ଛାତ୍ର ବିଜେଡ଼ି ସଭାପତି ଶୁଭ୍ରକାନ୍ତ ଜେନା, କାର୍ଯ୍ୟକାରୀ ସଭାପତି ରବିନାରାୟଣ କର, ବରିଷ୍ଠ ନେତା ରମେଶ ରାଉଳ, ଜିଲ୍ଲା ଛାତ୍ର ବିଜେଡ଼ି ସମ୍ପାଦକ ସୁଜିତ ରଞ୍ଜନ ମଲ୍ଲିକ, ପୂର୍ବତନ ଜିଲ୍ଲା ଛାତ୍ର ବିଜେଡ଼ି ସମ୍ପାଦକ ପ୍ରଭୁ ପ୍ରସାଦ ଦାଶ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ । ବ୍ଲକ ଛାତ୍ର ବିଜେଡ଼ି ଉପସଭାପତି ବିଶ୍ଵଜିତ ମହାନ୍ତି, ସାଧାରଣ ସମ୍ପାଦକ ଅରିଜିତ ଦାଶ, ସାମାଜିକ ଗଣମାଧ୍ୟମ ସଂଯୋଜକ ଆଶିଷ ଗୋଚ୍ଛାୟତ, ଛାତ୍ର ନେତା ରୁଦ୍ରପ୍ରସାଦ ଗିରି, ରାକେଶ ରୋସନ ମହାନ୍ତି, ବିଶ୍ୱଜିତ ସାହୁ, ଦେବୀ ପ୍ରସନ୍ନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.