ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟରେ ସ୍ୱାଗତ ମହୋତ୍ସବ ‘ଉଡାନ’ ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟର ନବାଗତ +୨ ଓ +୩ର ପ୍ରଥମ ବର୍ଷ ଛାତ୍ରୀମାନଙ୍କୁ ‘ଉଡାନ’ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ କରାଯାଇଛି । ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟ ପରିଚାଳନା ସମିତି ଅଧକ୍ଷ୍ୟା ନମିତା ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଜୟରାମ ସାହୁ, ସମ୍ମାନିତ ଅତିଥିଭାବେ +୨ର ଅଧ୍ୟକ୍ଷ୍ୟା ଦୀପା ସାହୁ ଓ +୩ର ଅଧ୍ୟକ୍ଷ ଦିଗେଶ୍ୱର ବେମାଲ ଯୋଗଦେଇଥିଲେ । +୩ ବିଜ୍ଞାନ ଛାତ୍ରୀ ଶୁଭଶ୍ରୀ ପଣ୍ଡା ସଭା ପରିଚାଳନା କରିଥିଲେ । ୨୦୧୨ମସିହାରେ ପ୍ରତିଷ୍ଠିତ ଏହି ମହାବିଦ୍ୟାଳୟ ଏବର୍ଷ ଦଶ ବର୍ଷରେ ପହଞ୍ଚିଛି ଏହି ସଫଳତାର ଶ୍ରେୟ ସମସ୍ତ ଅଧ୍ୟାପକ/ଅଧ୍ୟାପିକାଙ୍କୁ ଦେବାସହ ପ୍ରୀତିଉପହାର ଦେଇଥିଲେ ପରିଚାଳନା ସମିତି ଅଧ୍ୟକ୍ଷା । ଏବର୍ଷ +୩ ପାଇଁ ସୌଦାମିନୀ ସାହୁ ଓ +୨ ପାଇଁ ସୃଷ୍ଟି ଅର୍ପିତା ପ୍ରିୟଦର୍ଶିନୀ ପ୍ରଧାନ ମିସ ଫ୍ରେସର ଭାବେ ସମ୍ମାନିତ ହୋଇଛନ୍ତି । ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଛାତ୍ରୀ ଶିବାନୀ ଶିଖା ସାହୁ, ରିୟା ରାଣୀ ଠାକୁର, ସ୍ୱପ୍ନା ରାଣୀ ବୁଦ୍ଧିଆ, ମଙ୍ଗଳା ନାୟକ, ତୃପ୍ତି ତନ୍ମୟ ଗୌଡ଼ ଓ ଶୁଭଶ୍ରୀ ଚୌଧୁରୀ ସଂଯୋଜନା କରିଥିଲେ । ଶେଷରେ ଅଧ୍ୟାପିକା ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.