ବାୟୁ ପ୍ରଦୂଷଣ ପାଇଁ ଦାୟୀ କିଏ? ଚାଲିଛି ଦୋଷ ଲଦାଲଦି

ଓଡ଼ିଆ ବାର୍ତ୍ତା/ ନୂଆ ଦିଲ୍ଲୀ: ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ବିିଜେପି- ଆପ୍ ମଧ୍ୟରେ ଯୁକ୍ତତର୍କ ଚାଲିଥିବା ବେଳେ ସାଧାରଣ ଲୋକେ କିନ୍ତୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଶୀତ ଆସିଲେ ଦିଲ୍ଲୀରେ ପୁଣି ଥରେ ପ୍ରଦୂଷଣର  ଏକ ଗ୍ୟାସ ଚାମ୍ବର ପରି ପରିସ୍ଥିତି ସୃଷ୍ଟି ହେଉଥିବାରୁ ବର୍ଷ ବର୍ଷ ଧରି ଏଥିପାଇଁ ଦୋଷ ଲଦାଲଦି ଚାଲିଛି। ତେବେ ସବୁଠୁ ବଡ଼ କଥା ହେଲା ପଂଜାବରେ ଚାଷୀମାନେ ନଡ଼ା ଜାଳୁଥିବାରୁ ଦିଲ୍ଲୀରେ ଏହି ପ୍ରଦୂଷଣ ଦିନକୁ ଦିନ ବଢ଼ୁଛି । ଯାହା କି ଏବେ ବାୟୁର ଏକ୍ୟୁଆଇ ସୂଚକାଙ୍କ ୫୫୧ରେ ପହଁଚିଛି । ଆପ୍ ନେତା କହିବା କଥା ଦିଲ୍ଲୀ ପ୍ରଦୂଷଣ ପାଇଁ କେନ୍ଦ୍ର ସରକାର ଦାୟୀ । କାରଣ କେନ୍ଦ୍ର ସରକାର କୈାଣସି ଆଖିଦୃଶିଆ କାର୍ଯ୍ୟକ୍ରମ ହାତକୁ ନେଉନାହାଁନ୍ତି । ବିଜେପି କହିବା କଥା ପଂଜାବର ଚାଷୀମାନେ ନଡ଼ା ଜାଳୁଥିବାରୁ ତାହା ବାୟୁରେ ମିଶି ଦିଲ୍ଲୀ ଆସି ପ୍ରଦୂଷଣ ମାତ୍ରା ବଢ଼ାଉଛି ।

ସେପଟେ ପଂଜାବରେ ଆପ ସରକାର ଥିବାବେଳେ ଚାଷୀମାନଙ୍କୁ ସଚେତନ  କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଚାଷୀମାନେ ମାନୁନାହାଁନ୍ତି । ପୂର୍ବରୁ ଦିଲ୍ଲୀରେ ଆପ  ସରକାର ପ୍ରଦୂଷଣ ରୋକିବା ନେଇ ପଂଜାବରେ କିଛି ଘୋଷଣା କରିଥିଲେ । କିନ୍ତୁ ତାହାର ପ୍ରଭାବ କିଛି ଦେଖାଯାଉନାହିଁ । ଏବେ ଦିଲ୍ଲୀ ଓ ପଂଜାବରେ ଆପ ସରକାର ରହିଛି । ମାତ୍ର ଚାଷୀ ସରକାର କଥା ମାନିବା ଅବସ୍ଥାରେ ନାହାଁନ୍ତି । ଚାଷୀଙ୍କ କହିବା କଥା କ୍ଷତିପୂରଣ ଦିଆଗଲେ ସେମାନେ ନଡା ଜାଳିବେ ନାହିଁ । କିନ୍ତୁ ସବୁ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବା କୈାଣସି ସରକାର ପକ୍ଷେ ସଂଭବ ନୁହେଁ । ନୂଆ ଚାଷ କରିବା ପୂର୍ବରୁ ନଡ଼ା ଚାଷୀମାନେ ବିଲରୁ ଆଣିବା ପାଇଁ ଖର୍ଚାନ୍ତ ହେଉଛନ୍ତି । ତେଣୁ ବିଲରେ ଜାଳିଦେଉଛନ୍ତି ।  ଦିଲ୍ଲୀ ସରକାର ଅନେକ ପ୍ରତିବନ୍ଧକ ଲଗାଇଥିଲେ ମଧ୍ୟ ଦିଲ୍ଲୀର ପ୍ରଦୂଷଣ ଶୀତ ଯେତେ ବଢ଼ୁଛି ପ୍ରଦୂଷଣ ସେତେ ବଢ଼ିବାରେ ଲାଗିଛି। ଆପ ସରକାର ୫୮୬ ଟି ଟିମ୍ ଗଠନ କରିଥିଲେ ମଧ୍ୟ ପ୍ରଦୂଷଣା ତାହା ଅନୁପାତରେ ବଢ଼ିବାରେ ଲାଗିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.