ଓଡ଼ିଆ ବାର୍ତ୍ତା/ କଟକ (ସଦର ଶ୍ରୀକାନ୍ତ ବେଉରା): ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍ କଟକ ଜିଲ୍ଲା କମିଟିର ବୈଠକ ଖାନନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ରାଜ କିଶୋର ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସାଧାରଣ ସଂପାଦକ ତଥା ସର୍ବ ଭାରତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା ଓ ଜିଲ୍ଲା ସମ୍ପାଦକ ବିନୋଦ ବେହେରାଙ୍କ ସମେତ ୩୦ ଜଣ ସଭ୍ୟ ଉପସ୍ଥିତ ଥିଲେ । ଆସନ୍ତା ନଭେମ୍ବର ୩ ଗୁରୁବାର ଦିନ ଆସୋସିଏସନର ପ୍ରତିଷ୍ଠା ଦିବସକୁ ସଫଳ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି । ଏହା ବ୍ୟତୀତ ନଭେମ୍ବର ୧୬ ତାରିଖ ଦିନ ଦାବୀ ଦିବସ ପାଳନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରିବା ପାଇଁ ସ୍ଥିର କରାଯାଇଛି । ଏହି ଦିନ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଟକ ଜିଲ୍ଲାର ଇପିଏଫ୍ ପେନସନ ଭୋଗୀମାନେ ଉପସ୍ଥିତ ରହି ଆୟୋଜିତ ହେବାକୁ ଥିବା ବିକ୍ଷୋଭ ସମାବେଶରେ ଯୋଗଦେବେ । ପରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦିଆଯିବାକୁ ଥିବା ଦାବୀପତ୍ରରେ ମାସିକ ସର୍ବନିମ୍ନ ପେନସନ ନଅ ହଜାର ଟଙ୍କା ଓ ମହଙ୍ଗା ଭତ୍ତା ଦେବା ପାଇଁ ଦାବୀ କରାଯିବା ସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତ ଇପିଏଫ୍ ପେନସନ ଭୋଗୀ ମାନଙ୍କୁ ସାମିଲ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପଠାଯିବ ।
ଏତତବ୍ୟତୀତ ଜିଲ୍ଲାରେ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଏବଂ ସମସ୍ତ ବ୍ଲକରେ ଥିବା ଇ.ପି.ଏଫ୍ ପେନସନ ଭୋଗୀ ମାନଙ୍କୁ ଏକଜୁଟ କରି ସଂଗଠନ ବୃଦ୍ଧି କରିବା ପାଇଁ ନିଷ୍ପତି ନିଆଯାଇଛି । ରାଜ୍ୟ ସମ୍ପାଦକ ଶ୍ରୀ ବ୍ରହ୍ମା ନଭେମ୍ବର ୩ ପ୍ରତିଷ୍ଠା ଦିବସ, ନଭେମ୍ବର ୧୬ ଦାବୀ ଦିବସ ଏବଂ ସର୍ବନିମ୍ନ ପେନସନ ଓ ବର୍ଦ୍ଧିତ ପେନସନ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ । ବୈଠକ କାର୍ଯ୍ୟକ୍ରମରେ ଧୀରେନ୍ଦ୍ର କୁମାର ପ୍ରତାପ, ଅଲେଖ ରାଉତ, ସୁକାନ୍ତ କୁମାର ସ୍ବାଇଁ, ସୁରେଶ ଚନ୍ଦ୍ର ତରାଇ, ପ୍ରମୋଦ ମଲ୍ଲ, ଦେବେନ୍ଦ୍ର କୁମାର ସାହୁ, ବୁଲେଇ ବେହେରା, ନିହାର ରଞ୍ଜନ ପଟ୍ଟନାୟକ, ସୁରେଶ କୁମାର ରଥ, ସୁଧାଂଶୁ ଶେଖର ଦେ, ପ୍ରତାପ କୁମାର ମିଶ୍ର, ପ୍ରମୋଦ କୁମାର ମହାନ୍ତି, ଶୁକଦେବ ମହାପାତ୍ର, କାହ୍ନୁ ଚରଣ ମହାନ୍ତି, ସୁରେନ୍ଦ୍ର ସାହୁ, ଓ ମୁରଲୀ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ବନମାଳୀ ବେହେରା, ଶ୍ରୀକାନ୍ତ କୁମାର ସିହ୍ନା, ପ୍ରଫୁଲ୍ଲ କୁମାର ପରିଡ଼ା, ନରେନ୍ଦ୍ର ପ୍ରସାଦ ଘୋଷ, ଆଦିତ୍ୟ କୁମାର ପଟ୍ଟନାୟକ, ବିଜୟ କେତନ ସ୍ବାଇଁ, ତାପସ କୁମାର ପାଲିତ ଓ ନିତ୍ୟାନନ୍ଦ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।