କୁମୁଡାମୁଣ୍ଡା ଗୌନ୍ତିଆ ଶମ୍ଭୁ ପ୍ରସାଦ ପଣ୍ଡାଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାଉଡୋଲା ପଞ୍ଚାୟତ କୁମୁଡାମୁଣ୍ଡା ଗ୍ରାମର ଗୌନ୍ତିଆ ଶମ୍ଭୁ ପ୍ରସାଦ ପଣ୍ଡାଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା । ସେ ଜଣେ ସମାଜସେବୀ, ପରୋପକାରୀ, ଧାର୍ମିକ, ମିଷ୍ଟଭାଷୀ ବ୍ୟକ୍ତି ଭାବରେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । କୁମୁଡାମୁଣ୍ଡା ଗ୍ରାମର ପ୍ରତ୍ୟେକ ସାମୁହିକ କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଗ୍ରାମର ପ୍ରତ୍ୟେକ ଲୋକଙ୍କୁ ଏକଥା ସୁତ୍ରରେ ବାନ୍ଧି ରଖିଥିଲେ । ସେ ଜଣେ ବଦାନ୍ୟ ଓ ଅମାୟିକ ବ୍ୟକ୍ତି ଭାବେ ସୁପରିଚିତ ଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ କାଉଡୋଲା, କେନ୍ଦୁଗୁଡା, କୁମୁଡାମୁଣ୍ଡା ସମେତ କୋକସରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଶେଷ ଦର୍ଶନ ସହ ଶବ ଧାରରେ ଅଞ୍ଚଳର ଅନେକ ଲୋକ ସାମିଲ ହୋଇଥିଲେ । ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ହୋଇଥବା ବେଳେ ପୁତୁରା ନିହାର କାନ୍ତ ପଣ୍ଡା ମୁଖାଗ୍ନୀ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.