ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ଏଲଆଇସି କାର୍ଯ୍ୟାଳୟରେ ତିନି ବର୍ଷ କାର୍ଯ୍ୟ କରିବା ପରେ ଏଏଓ ପ୍ରହଲ୍ଲାଦ ରଣାଙ୍କ ବଦଳୀ ବରପାଲିକୁ ହୋଇଯାଇଛି । ଶ୍ରୀ ରଣା ଏଲଆଇସିର ଜଣେ କର୍ମଠ ଓ ସଚ୍ଚୋଟ କର୍ମଚାରୀ ହେବା ସହ ଭଦ୍ର ଓ ମେଲାପି ଅଫିସର ଭାବରେ ସମସ୍ତ ଏଲଆଇସି ଏଜେଣ୍ଟ ମାନଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ । ସେ କେସିଙ୍ଗା ଏସଓର ସମସ୍ତ ଏଜେଣ୍ଟ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇ ଥିଲେ । କେସିଙ୍ଗା ଏସଓ ଠାରେ ୩୦ ଅକ୍ଟୋବର ୨୦୧୯ରେ ଯୋଗ ଦେଇଥିବା ଶ୍ରୀ ରଣା ୩ ବର୍ଷ ଏଠାରେ ସେବା ଦେବା ପରେ ତାଙ୍କୁ ବରପାଲି ଅଫିସକୁ ବଦଳି ହେଇ ଯାଇଛି । ଏନେଇ ଆଜି କେସିଙ୍ଗା ଏସଓରେ ଶ୍ରୀ ରଣାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା । କେସିଙ୍ଗା ଏସଓର ଶାଖା ପରିଚାଳକ ଶିବରାମ ପ୍ରଧାନ, ଏଏଓ ଗଙ୍ଗାଧର ବେହେରା, ଡିଓ ସମର ସେନ୍ ମଲ୍ଲିକ, ଶଙ୍କର ଦୀପ, ଉମେଶ ପାଢ଼ୀ, ଗଜିନ୍ଦ୍ର ସାହୁ, ମଧୁସୂଦନ ଠାକୁର, ବିଷ୍ଣୁ ସାହୁ, ସୁନିଲ କୁମାର ରଥ, କୁମୁଦ ରଣା, ଏଏଓ ବିଘ୍ନ ରାଜ ମାଝୀ, ରଘୁବର ସାହୁ, ଶଶୀଭୂଷଣ ମୋଲାନା, କୈଳାଶ ପଣ୍ଡା, କିଶୋର ସାହୁ, ହୃଷୀକେଶ ସାହୁ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ରଣାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।