ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସମଗ୍ର ରାଜ୍ୟରେ ଅକ୍ଟୋବର ୩୧ ତାରିଖରୁ ଆରମ୍ଭ ହେଇଛି ଭିଜିଲାନ୍ସ ସଚେତନତା ସପ୍ତାହ । ଏଥର ଥିମ୍ ରହିଛି ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ । ଏହି କ୍ରମରେ ଆଜି ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତ ପରିସରରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ସରପଞ୍ଚ ସୁଶ୍ରୀ ମମତା ଶବରଙ୍କ ତତ୍ବାବଧାନରେ ଅନୁଷ୍ଠିତ ଉକ୍ତ ସଭାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଡମ୍ବରୁଧର ସେନାପତି ପରିଚାଳନା କରିଥିବା ବେଳେ ଲାଞ୍ଜିଗଡ଼ ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଭୁତି ଭୁଷଣ ଶତପଥି, ଜିପିଓ ସରୋଜ କୁମାର ପ୍ରଧାନ ଅତିଥି ଭାବେ ଯୋଗଦେଇ ସଚୋଟ୍ଟତା ନେଇ ଶପଥ ପାଠ କରାଇଛନ୍ତି ।
ଏହି ସଭାରେ ନାଏବ ସରପଞ୍ଚ ଅନଙ୍ଗ ମାଝୀ, ଲାଞ୍ଜିଗଡ଼ରୋଡ଼ ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନଗେନ୍ଦ୍ର ପଟ୍ଟନାୟକ, ମହିଳା ସଭାନେତ୍ରୀ ସରୋଜିନୀ ପ୍ରଧାନ, ଏମବିକେ ସନ୍ତୋଷି ଗହିର, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଗଉଡ଼, କେଶବ ବାରିକଙ୍କ ସମେତ ସମସ୍ତ ୱାଡ ସଭ୍ୟ/ସଭ୍ୟା, ଏଏନ୍ଏମ୍, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସିଆରପି, ଗାଁ ସାଥି, କଲେଜ ଛାତ୍ରଛାତ୍ରୀଙ୍କ ସମେତ ଗ୍ରାମ ପଞ୍ଚାୟତ ଅଞ୍ଚଳର ସ୍ଵଂୟ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ। ଏହାପରେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି “ଆସ ଭାଇ ଆମେ ଏକାଠି ହେବା ଲାଞ୍ଚୁଆ ଲୋକଙ୍କୁ ଧରାଇ ଦେବା” ନାରା ମାଧ୍ୟମରେ ଲୋକଙ୍କୁ ସଚେତନତା କରାଇଥିଲେ । ଯୋଗାଣ ସହାୟକ ନାରାୟଣ ପ୍ରସାଦ ନାୟକ, ଦେବରାଜ ଗଉଡ଼, କାହ୍ନା ନାଗ, ବଟୁ, ସୁଶାନ୍ତ ଚନ୍ଦନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।