ମୋର୍ବୀ ପୋଲ ଦୁର୍ଘଟଣା ଓ ସାଉଥ୍ କୋରିଆର ସିଓଲ ଦଳା ଚକଟାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁରର ବୁରାଟ ଠାରେ ଏକ ଶୋକ ସଭା ଓ କେଣ୍ଡଲ ପ୍ରଜ୍ବଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଗୁଜରାଟର ମୋରାବି ସ୍ଥିତ ଝୁଲା ପୋଲ ଭୁଶୁଡ଼ି ମୃତ୍ୟୁ ବରଣ କରିଥିବା ୧୩୪ ରୁ ଉର୍ଦ୍ଧ୍ବ ଲୋକ ଏବଂ ସାଉଥ କୋରିଆର ଶିଓଲର ଏକ କାର୍ଯ୍ୟକ୍ରମରେ ଦଳା ଚକଟାରେ ମୃତ୍ୟୁ ବରଣ କରିଥିବା ୧୫୦ ରୁ ଉର୍ଦ୍ଧ୍ବ ଲୋକଙ୍କ ଅମର ଆତ୍ମର ସଦଗତି କାମନା କରି ନୀରବ ସଭା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମର ଉଦ୍ୟୋକ୍ତା ତଥା ସେବଜଗତର ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକ, ସୁନୀତା ତାଣ୍ଡି, ବୁରାଟ ଗ୍ରାମର ସଚେତନ ନାଗରିକ ତଥା ମ.ରାମପୁରର କିଛି ବୁଦ୍ଧିଜୀବିମାନେ ଉପସ୍ଥିତ ରହି ମୋର୍ବୀ ପୋଲ ଦୁର୍ଘଟଣା ଓ ସିଓଲ ଦଳା ଚକଟାରେ ମୃତକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.