ରଘୁନାଥପୁର ବ୍ଲକ ଜୋନ-୧ ରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଧାୟକ ବିଜୟ ଶଙ୍କର ଦାସଙ୍କ ନେତୃତ୍ୱରେ ଓ ରଘୁନାଥପୁର ବ୍ଲକ ବିଜେଡ଼ି ସଭାପତି ତଥା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀଙ୍କ ତତ୍ବାବଧାନରେ ରଘୁନାଥପୁର ବ୍ଲକ ଜୋନ-୧ ରେ ବିଜୁ ଜନତା ଦଳର  ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଓ ଲୋକହିତକାରି ଯୋଜନାର ପ୍ରଚାରପତ୍ର ଲୋକମାନଙ୍କୁ ବଣ୍ଟା ଯାଇଥିଲା । ଏହା ଧରାଧରପୁର ପଞ୍ଚାୟତ ଗୋପାଳପୁର ଛକ ନିକଟରୁ ବାହାରି  ରଘୁନାଥପୁର ବଜାର ନିକଟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ଶେଷ ହୋଇଥିଲା ।
ଏଥିରେ  ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଜୋନ ୧ ଜିଲ୍ଲା ପରିଷଦ ସଭ୍ୟା ରୀନାରାଣୀ ମଲ୍ଲିକ, ଜୋନ ୨ ସଭ୍ୟା ଇତିଶ୍ରୀ ମଲ୍ଲିକ, ବ୍ଲକ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶାନ୍ତିଲତା ଦ୍ବିବେଦୀ, ବ୍ଲକ ଯୁବ ବିଜେଡ଼ି ସଭାପତି ଜୋସେଫ ସ୍ବାଇଁ, ଛାତ୍ର ବିଜେଡ଼ି ସଭାପତି ଶକ୍ତିଶଙ୍କର ପଟ୍ଟନାୟକ, ଜିଲ୍ଲା ବିଜେଡ଼ି ସମ୍ପାଦକ ତାରାକାନ୍ତ ଜେନା, ଅନିଲ ମହାନ୍ତି, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ସୁମିତ ଦାସ, ଛାତ୍ର ବିଜେଡ଼ି ସଭାପତି ଶୁଭ୍ରକାନ୍ତ ଜେନା, କାର୍ଯ୍ୟକାରୀ ସଭାପତି ରବିନାରାୟଣ କର, ଧରାଧରପୁର ସରପଞ୍ଚ ନଳିନୀ ପ୍ରଭା ମୁଦୁଲି, ଜଗନ୍ନାଥପୁର ସରପଞ୍ଚ ଜଗବନ୍ଧୁ ମଲ୍ଲିକ, ସମିତି ସଭ୍ୟ ପ୍ରମିଳା ବେହେରା, ବ୍ଲକ ବିଜେଡ଼ି  କୃଷକ ସଭାପତି ରବୀନ୍ଦ୍ର ନାଥ ସ୍ବାଇଁ, ଯୁବ ନେତା ପ୍ରକାଶ କୁମାର, ପ୍ରିୟବ୍ରତ ମଲ୍ଲିକ, ସୁରେନ୍ଦ୍ର ମହାପାତ୍ର, ହରିରାମ ଖଟୁଆ, ରାଜେଶ ମିଶ୍ରଙ୍କ ସମେତ ଶତାଧିକ ଲୋକ ସାମିଲ ହୋଇଥିଲେ ।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.