ତ୍ରିଲୋଚନପୁରଠାରେ ସିଆରପିଏଫର ଜନସମ୍ପର୍କ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ୍ୟ ସିଆରପିଏଫ୍ ୪ ବାଟାଲିୟନ କେନ୍ଦ୍ରୀୟ ରିଜର୍ଭ ପୋଲିସ ଦ୍ଵାରା ଜନସମ୍ପର୍କ  କାର୍ଯ୍ୟକ୍ରମ ଓ କମ୍ବଳ ବଣ୍ଟନ ତ୍ରିଲୋଚନପୁର ସ୍ଥିତ ସିଆରପିଏଫ୍ କ୍ୟାମ୍ପରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତ୍ରିଲୋଚନପୁର ପଞ୍ଚାୟତର ୮ ଟି ଗ୍ରାମର ୮୦ଜଣ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଏହା  ଭାରତ ସରକାରଙ୍କ ଦ୍ଵାରା ଗରିବ ଆଦିବାସୀ ଜନଜାତିଙ୍କ ପାଇଁ ଉଦ୍ଧିଷ୍ଟ କଲ୍ୟାଣ କାରି କାର୍ଯ୍ୟକ୍ରମରୁ ଗୋଟିଏ କାର୍ଯ୍ୟକ୍ରମ । ସିଆରପିଏଫ୍ ବାଟାଲିୟନର ଡି କମ୍ପାନୀ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ତ୍ରିଲୋଚନପୁର  ଗ୍ରାମପଞ୍ଚାୟତ ସ୍ଥିତ  ବିଭିନ୍ନ କଲ୍ୟାଣ କାରି କାର୍ଯ୍ୟକ୍ରମ ମଧ୍ୟ୍ୟ କରାଯାଉଛି । ୪ ବାଟାଲିୟନ ଦୁର୍ଗପତି ମନୋଜ ଯାଦବଙ୍କ ନିର୍ଦେଶନାରେ ସେକେଣ୍ଡ କମାଣ୍ଡେଣ୍ଟ୍ ସଞ୍ଜୟ ରାଉତ ଏବଂ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିବା ବେଳେ ଏଥିରେ ତ୍ରିଲୋଚନପୁର ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ ।  ଗ୍ରାମବାସିଙ୍କୁ ଭାରତ ସରକାର ତଥା ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରି କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବରେ ପରାମର୍ଶ ଦିଆଯାଇଥିଲା । ଏଥିରେ ୪ସିଆରପିଏଫ୍ ବାଟାଲିୟନର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିବା ସହିତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.