ମ.ରାମପୁର ଫୁଟବଲ୍ ଟୁର୍ଣ୍ଣାେମେଣ୍ଟ: ଦ୍ୱିତୀୟ ଦିନ ଖେଳରେ ଗଜବାହାଲ ବିଜୟୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ. ରାମପୁର ଫୁଟବଲ୍ କ୍ଳବ୍ ଆନୁକୁଲ୍ୟରେ ଦୁର୍ଗା ମାଧବ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଚାଲିଥିବା ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନର ଖେଳ ଗଜବହାଲ୍ ଓ ରଜା ପଡ଼ା ମଧ୍ଯରେ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ମ.ରାମପୁର ଥାନାଅଧିକାରୀ ସଚିନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅବକାରୀ ଅଧିକାରୀ ପିଭି ରାଓ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁବ ସମାଜସେବୀ ସୁରଜିତ କୁମାର ଲାକ୍ରା, ଆୟୋଜକ କମିଟିର ପ୍ରବୀଣ ଭୋଇ, ଆଲୋକ ବେହେରା ଉପସ୍ଥିତ ଥିଲେ ।ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ । ଏହି ମ୍ୟାଚରେ ୧-୦ ଗୋଲରେ ଗଜବାହାଲ୍ ବିଜୟୀ ହୋଇଥିଲା । ଖେଳ ପରିଚାଳନା କରିଥିଲେ ସନ୍ତୋଷ ନାୟକ, ଲାଇନ୍ ମ୍ୟାନ ଥିଲେ ସୁରେଶ ଏବଂ ମୁକୁନ୍ଦ । ସମସ୍ତ ଖେଳ ପରିଚାଳନାରେ ସହଯୋଗ କରିଥିଲେ ଅଧ୍ୟାପକ ବିଜୟ ଭୋଇ, ଦୀନେଶ କୁମାର, ଅମୂଲ୍ୟ ଦାଶ, କ୍ଷୀରୋଦ ହେର୍ଣ୍ଣା, ମନୋଜ ସା, ବିନୋଦ ହେର୍ଣ୍ଣା, ଦୁଷ୍ମନ୍ତ, ସୁବଳ ଏବଂ ବବଲୁ । ଆଜି ତୃତୀୟ ଦିନ ର ମ୍ୟାଚ ମ.ରାମପୁର ଓ ନର୍ଲା ମଧ୍ୟରେ ଅନୁଷ୍ଠିତ ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.