ଉତ୍କଳ ଆଲୁମିନା ପକ୍ଷରୁ ସହଭାଗୀ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ

କଲେକ୍ଟର ଏକାଦଶ ରାୟଗଡାକୁ ହରାଇ ଚମ୍ପିଆନ ହେଲା ଜିଲ୍ଲା ପ୍ରଶାସନ କଳାହାଣ୍ଡି ଏକାଦଶ

ଓଡ଼ିଆ ବାର୍ତ୍ତା/ ରାୟଗଡା/କାଶିପୁର: ସହଭାଗୀଙ୍କ ସହିତ ଫଳପ୍ରସୂ ସହଭାଗିତା ସକାଶେ ନିରବଚ୍ଛିନ୍ନ ପ୍ରୟାସରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ପକ୍ଷରୁ ଏକ ଦିବସୀୟ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସଫଳତାର ସହିତ ଓଷାପଡା ସହରାଞ୍ଚଳ କ୍ରିକେଟ ପଡିଆରେ ୨୦୨୨ ନଭେମ୍ବର ୧୨ ତାରିଖରେ ଆୟୋଜିତ ହୋଇଯାଇଛି । କଲେକ୍ଟର ଏକାଦଶ ରାୟଗଡା, ଏସ୍‍ପି ଏକାଦଶ ରାୟଗଡା, ସିଆରପିଏଫ୍‍ ଏକାଦଶ ରାୟଗଡା, ଜିଲ୍ଲା ପ୍ରଶାସନ କଳାହାଣ୍ଡି ଏକାଦଶ, ଭାଇଜାଗ୍‍ ରେଳ ଡିଭିଜନ ଏକାଦଶ ଏବଂ ଉତ୍କଳ ଆଲୁମିନା ଏକାଦଶ ଆଦିକୁ ନେଇ ମୋଟ ଛଅଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏକ ନିର୍ଣ୍ଣାୟକ ମ୍ୟାଚ୍‍ରେ ଶେଷ ଓଭରରେ ୪୫ ରନ୍‍ ସଂଗ୍ରହ କରି କଲେକ୍ଟର ଏକାଦଶ ରାୟଗଡା ବିପକ୍ଷରେ ଚମ୍ପିଆନ୍ସ ଟ୍ରଫି ବିଜୟୀ ହୋଇଥିଲା । କଲେକ୍ଟର ଏକାଦଶ ରାୟଗଡା ଟୁର୍ଣ୍ଣାମେଣ୍ଟରେ ରନର୍‍ ଅପ୍‍ ହୋଇଥିଲେ । ଦୁଇ ଚମତ୍କାର ଦଳ ମଧ୍ୟରେ ମ୍ୟାଚ ଅମୀମାଂସିତ ରହିବାରୁ ଏକ ନକ୍‍ଆଉଟ ଓଭର ଖେଳାଯାଇଥିଲା, ଯାହା ମ୍ୟାଚ୍‍ର ଉତ୍କଣ୍ଠାକୁ ବଢାଇ ଦେଇଥିଲା ।

କଲେକ୍ଟର ଏକାଦଶ ରାୟଗଡାର ଶ୍ରୀ ଶ୍ରୀନିବାସ ୪ ୱିକେଟ ଦଖଲ ସହିତ ୬୩ ରନ୍‍ ସଂଗ୍ରହ କରି ମ୍ୟାନ୍‍ ଅଫ ଦି ସିରିଜ ଘୋଷିତ ହୋଇଥିବାବେଳେ ଶ୍ରୀ ଝଝା ବାଗ୍‍ ୭ ୱିକେଟ ଅକ୍ତିଆର କରି ଶ୍ରେଷ୍ଠ ବୋଲର୍‍ ବିବେଚିତ ହୋଇଥିଲେ । ଏଥିସହିତ ରାୟଗଡା କଲେକ୍ଟର ଏକାଦଶର ଶ୍ରୀ ରଶ୍ମିକାନ୍ତ ପରିଡା ଶ୍ରେଷ୍ଠ ଫିଲ୍‍ଡର ଟାଇଟଲ ହାସଲ କରିଥିଲେ ।

ଶ୍ରୀମତୀ ସ୍ୱଧା ଦେବ ସିଂ, ଆଇଏଏସ୍‍, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ, ରାୟଗଡା; ଶ୍ରୀ ବିବେକାନନ୍ଦ ଶର୍ମା, ସୁପରିଣ୍ଟେଣ୍ଡେଣ୍ଟ ଅଫ୍‍ ପୋଲିସ, ରାୟଗଡା; ଶ୍ରୀ ଧର୍ମାନନ୍ଦ ବେହେରା, ଏଡିଏମ୍‍ ରାୟଗଡା; ଶ୍ରୀ ବିଜୟ କୁମାର, ଡିଆଇଜି, ସିଆରପିଏଫ, ସମ୍ବଲପୁର ରେଞ୍ଜ୍‍; ଶ୍ରୀମତୀ ହିନା ବେଗ୍‍, ପ୍ରେସିଡେଣ୍ଟ, ଉଜ୍ଜ୍ୱଳ ଉତ୍କଳ ଲେଡିଜ୍‍ କ୍ଲବ ଆୟୋଜିତ ଉତ୍ସବରେ ଅତିଥିଭାବରେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଶ୍ରୀ ମଜହର ବେଗ୍‍, ୟୁନିଟ ହେଡ ଏବଂ ପ୍ରେସିଡେଣ୍ଟ ଉତ୍କଳ ଆଲୁମିନା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।

ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଶ୍ରୀ ରମେଶ ପାଢୀ, ଜିଲ୍ଲା କ୍ରୀଡା ଅଧିକାରୀ, କଳାହାଣ୍ଡି ଏବଂ ଶ୍ରୀ ଶେଖ୍‍ ଆଲିନୁର, ଜିଲ୍ଲା କ୍ରୀଡା ଅଧିକାରୀ, ରାୟଗଡା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶ୍ରୀମତୀ ସ୍ୱଧା ଦେବ ସିଂ, ଆଇଏଏସ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ରାୟଗଡା ଏହିଭଳି ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ଜରିଆରେ ସହଭାଗୀଙ୍କ ସହିତ ସମ୍ପର୍କ ଅଧିକ ନିବିଡ କରିବା ସକାଶେ ଉତ୍କଳ ଆଲୁମିନା ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ । ସେ ମଧ୍ୟ କ୍ରୀଡାର ଚମତ୍କାର ଆୟୋଜନ ନିମନ୍ତେ ଉତ୍କଳ ଟିମ୍‍କୁ ପ୍ରଶଂସା କରିଥିଲେ ।

ଆୟୋଜକ ଅଭିଭାଷଣରେ ଶ୍ରୀ ମଜହର ବେଗ୍‍, ୟୁନିଟ ହେଡ୍‍ ଓ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା, ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲା ପ୍ରଶାସନ, ସିଆରପିଏଫ୍‍ ଏବଂ ରେଳବାଇକୁ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣ ପାଇଁ କୃତଜ୍ଞତା ଜଣାଇବା ସହିତ କ୍ରୀଡାବିତ୍‍ ମନୋଭାବ ପ୍ରଦର୍ଶନ କରି ଏହି ସହଭାଗୀ ଟୁର୍ଣ୍ଣାମେଣ୍ଟକୁ ସଫଳ କରିଥିବା ଖେଳାଳିମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଉତ୍କଳ ଆଲୁମିନିୟମ ଇଣ୍ଟରନ୍ୟାସନାଲ ଲିମିଟେଡ ଆଦିବାସୀବହୁଳ ଆଭ୍ୟନ୍ତରୀଣ ଅଞ୍ଚଳରେ ଜନସାଧାରଣଙ୍କ ଜୀବନରେ ସାମାଜିକ-ଅର୍ଥନୈତିକ କଲ୍ୟାଣ ଏବଂ ରୂପାନ୍ତରଣ ଆଣିବାକୁ ପ୍ରତିବଦ୍ଧ ରହିଛି । ୟୁଏଆଇଏଲ୍‍ ବିବିଧ ସିଏସ୍‍ଆର, ସିଆର୍‍ ଏବଂ
ସଷ୍ଟେନେବିଲିଟି ପ୍ରୟାସ ସମୂହ ଜରିଆରେ ଓଡ଼ିଶାର ୨୫ଟି ଗ୍ରାମପଞ୍ଚାୟତ ଅଧୀନସ୍ଥ ୨୩୨ ଗ୍ରାମରେ ଆମ ଜନସାଧାରଣଙ୍କର ମାନବ ବିକାଶ ସୂଚୀରେ ଉନ୍ନତି ସାଧନ ଦିଗରେ ନିରଳସ ଭାବରେ କାର୍ଯ୍ୟ କରୁଛି । ୟୁଏଆଇଏଲ୍‍ ଶିକ୍ଷା, ସ୍ୱାସ୍ଥ୍ୟଯତ୍ନ, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ, ଗ୍ରାମାଞ୍ଚଳ ଭିତ୍ତିଭୂମି ସୃଷ୍ଟି ଏବଂ ସେମାନଙ୍କର ସାମାଜିକ-ଅର୍ଥନୈତିକ ସମସ୍ୟାର ସମାଧାନ ଆଦି ପାଞ୍ଚଟି ମୁଖ୍ୟ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ ଜରିଆରେ ୨,୦୧,୦୦୦ରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ୟୁଏଆଇଏଲ୍‍ର ଅନନ୍ୟ ବହୁଧା-ସହଭାଗୀ ଆଧାରିତ ପ୍ରୟାସଗୁଡିକ ୨୦୩୦ ନିମନ୍ତେ ଜାତିସଂଘ ପକ୍ଷରୁ ଧାର୍ଯ୍ୟ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ମୁତାବକ ହୋଇଛି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭାତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.