ଏସଡିସି ରାୟଗଡା ଅଧ୍ୟକ୍ଷା ଅନୁସୂୟା ଓ ଉପାଧ୍ୟକ୍ଷ ବନମାଳିଙ୍କ ଦାୟିତ୍ୱ ଗ୍ରହଣ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏସଡିସି ଅଧ୍ୟକ୍ଷା ଅନୁସୂୟା ମାଝି ଓ ଉପାଧ୍ୟକ୍ଷ ବନମାଳି କାଡ୍ରକା ଆଜି ନିଜ କାର୍ଯ୍ୟାଳୟରେ ଗୃହ ପ୍ରବେଶ ସହ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧିର କୁମାର ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି, ଜିଲ୍ଲାପାଳ ସ୍ୱଧାଦେବ ସିଂ, ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଲାଲାବିହାରୀ ହିମିରିକା, ପୂର୍ବତନ କୋରାପୁଟ ଲୋକସଭା ସାଂସଦ ଝିନ୍ନ ହିକକା, ନଗର ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ, ରାୟଗଡା ବ୍ଳକ ଅଧ୍ୟକ୍ଷା ଟୁନି ହୁଇକାଙ୍କ ସମେତ ଅନ୍ୟ ବିଶିଷ୍ଠ ବ୍ୟକ୍ତିବିଶେଷ, ମିଶନ ଶକ୍ତି ଏସଏଚଜି ଗ୍ରୁପ ସଦସ୍ୟା, ଯୋଗ ଦେଇ ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କାର୍ଯ୍ୟାଳୟ ପରିସରରେ ପୂଜାର୍ଚ୍ଚନା ପରେ ଏସଡିସି ଅଧ୍ୟକ୍ଷା ଶ୍ରୀମତି ମାଝି ଏବଂ ଉପାଧ୍ୟକ୍ଷ ଶ୍ରୀ କାଡ୍ରକା ନିଜ ନିଜ କକ୍ଷରେ ପ୍ରବେଶ କରିଥିଲେ । ଆଦିବାସୀ ବହୁଳ ରାୟଗଡା ଜିଲ୍ଲାରେ ରହୁଥିବା ଜନଜାତି ବର୍ଗଙ୍କ ସଂସ୍କୃତି, ପରମ୍ପରା, କଳାକୁ ସୁରକ୍ଷା ଦେବା ପାଇଁ ପରିଷଦ କାମ କରିବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଅଧ୍ୟକ୍ଷା ଭାବେ ନିଯୁକ୍ତ କରିଥିବାରୁ ତାଙ୍କୁ ଆନ୍ତରିକତାର ସହ କୃତଜ୍ଞତା ଜଣାଉଛି ବୋଲି ଅଧ୍ୟକ୍ଷା ଶ୍ରୀମତି ମାଝି ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.