କର୍ଲାମୁଣ୍ଡାରେ ମାଟ୍ରିକ ସମ୍ମେଟିଭ ପରୀକ୍ଷା ଦେଲେ ୧୧୨୭ ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ଆଜି ଠାରୁ ଆରମ୍ଭ ହେଲା ମାଟ୍ରିକ ଛାତ୍ର ଛାତ୍ରୀଙ୍କ ସମ୍ମେଟିଭ 1 ପରୀକ୍ଷା l କର୍ଲାମୁଣ୍ଡା ବ୍ଲକର ଛଅ ଟି ପରୀକ୍ଷା କେନ୍ଦ୍ରରେ ମୋଟ 1127 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି l ପରୀକ୍ଷା ଦେବା ପାଇଁ 1137 ଜଣ ଫର୍ମ ଫିଲଭ କରିଥିବା ବେଳେ 10 ଜଣ ଅନୁପସ୍ଥିତ ଥିବା ଜଣାଯାଇଛି l ସୂଚନା ମତେ ରିଷିଡା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦ୍ର ରେ 187 ଜଣ, ରିଷିଡା ସରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ 155ଜଣ, ଗଜବାହାଲ ହାଇସ୍କୁଲ ରେ 147 ଜଣ, ତେରେସିଙ୍ଗା ହାଇସ୍କୁଲ ରେ 266ଜଣ, କର୍ଲାମୁଣ୍ଡା ହାଇସ୍କୁଲ ରେ 160 ଜଣ ଓ ଯୋରାଡବରା ହାଇସ୍କୁଲ ରେ 212 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି l ତେବେ ରିଷିଡା ବାପୁଜୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ 7ଜଣ ଓ କର୍ଲାମୁଣ୍ଡା ରେ 3 ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.