ବନ୍ଧପାରୀ ପଞ୍ଚାୟତରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡ (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବନ୍ଧପାରୀ ଗ୍ରାମପଞ୍ଚାୟତ ଠାରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବ୍ଲକର ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ। ବନ୍ଧପାରୀ ପଞ୍ଚାୟତର ୧୪ଟି ୱାର୍ଡର ଜନସାଧାରଣ ଜନ ଶୁଣାଣି ଶିବିରକୁ ଆସି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ କରିଥିଲେ। ଏହି ଶିବିରରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ଜିପିଓ ସରୋଜ କୁମାର ପଧାନ, ଗ୍ରାମ୍ୟଜଳ ଯୋଗାଣ ସହକାରୀ ଯନ୍ତ୍ରୀ ଦଶମନ୍ତ ମାଝୀ, ବିଏସଏସଓ ଅରୋବିନ୍ଦ ମହାପାତ୍ର, କ୍ଷୁଦ୍ର ଜଳସେଚନ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ମହନ୍ତ, କୃଷି ଅଧିକାରୀ ଦୀପ୍ତି ମଣି କୁମାର, ସମିତି ସଭ୍ୟା ପଦ୍ମାବତୀ ବାଗ, ନାଏବ ସରପଞ୍ଚ କିଆ ବାଗ, ବନ୍ଧପାରୀ ରାଜସ୍ୱ ନିରୀକ୍ଷକ ଲୋଚନା ମାଝୀ, ବନ୍ଧପାରୀ ମହିଳା ପରିଦର୍ଶିକା ଦ୍ରୋପଦି ମାଝୀ, ଉଦ୍ୟାନକ୍ଷେତ୍ର ଅଧିକାରୀ ସୁର୍ଯ୍ୟକାନ୍ତୀ ମାଝୀ, ସିଆରସିସି ତ୍ରିନାଥ ଶ୍ୟାମ କୁମାର ପ୍ରମୁଖ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବନ୍ଧପାରୀ, କୁକେଲକୁବରୀ, କର୍କାମସ୍କା, ବାଲିସରା, କୁଟ୍ରୁଗୁଡା, ଥୁଆଗୁଡା, ପାର୍ତିବେଢା, ବଡ଼ବାନୀ ଗାଁ, ରାଜେନ୍ଦ୍ର ପୁର, ଗୁଡାଙ୍ଗ, ପଞ୍ଚକୁଢି, ମାଟିଖୁଲା, କାନକେରୀ ଓ କାଞ୍ଚନମୁଖି ଆଦି ଗ୍ରାମର ବିଭିନ୍ନ ସମସ୍ୟା ଉପରେ ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ବନ୍ଧପାରୀ ସରପଞ୍ଚ ଜଗବନ୍ଧୁ ମାଝୀଙ୍କ ସଭାପତିତ୍ୱରେ ପଞ୍ଚାୟତ ନିର୍ବାହୀଅଧିକାରୀ ଅରବିନ୍ଦ ବିଶ୍ଵାଲଙ୍କ ତତ୍ଵାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଗ୍ରାମ ରୋଜଗାର ସେବକ ରାମ ପ୍ରସାଦ ବେହେରାଙ୍କ ସମେତ ବାଞ୍ଛାନିଧି ମାଝୀ, ସମୀରଣ ମାଝୀ, ସୁଶାନ୍ତ ଦଣ୍ଡସେନା, ସିଦ୍ଧାନ୍ତ ବାଗ ପ୍ରମୁଖ ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.