ଏନସିପିରେ ଯୋଗ ଦେବେ କି ଶଶି ଥରୁର?

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଶୀଘ୍ର ଦଳ ଛାଡିପାରନ୍ତି। ଏ ସମ୍ପର୍କରେ କଳ୍ପନାଜଳ୍ପନା ମଧ୍ୟ କରାଯାଇଛି। ଖବର ଅଛି ଯେ ଶଶି ଥରୁର ଶୀଘ୍ର ଏନସିପିରେ ଯୋଗ ଦେଇପାରନ୍ତି ଜ୍ଝ ଏନସିପି କେରଳର ସଭାପତି ପିସି ଚାକୋ ମଧ୍ୟ ଏହା ସୂଚିତ କରିଛନ୍ତି।

କନ୍ନୁରରେ ସେ କହିଛନ୍ତି ଯେ ଯଦି କଂଗ୍ରେସ ସାଂସଦ ଶଶି ଥରୁର ଏନସିପିରେ ଯୋଗ ଦିଅନ୍ତି ତେବେ ଆମେ ତାଙ୍କୁ ସ୍ୱାଗତ କରିବୁ। କଂଗ୍ରେସ ଦଳ ତାଙ୍କୁ ବହିଷ୍କାର କଲେ ମଧ୍ୟ ସେ ଥିରୁବନନ୍ତପୁରମର ସାଂସଦ ରହିବେ। ପିସି ଚାକୋ କହିଛନ୍ତି, କଂଗ୍ରେସ ଦ୍ୱାରା ଥରୁରଙ୍କୁ ଅଣଦେଖା କରାଯାଉଥିବା ମୁଁ ଜାଣି ନାହିଁ।

କଂଗ୍ରେସରେ ସଭାପତି ପଦ ନିର୍ବାଚନ ହେବା ପରଠାରୁ ଦଳରେ ଶଶି ଥରୁରଙ୍କୁ ଅଣଦେଖା କରାଯାଉଛି ବୋଲି ଅନୁମାନ କରାଯାଉଛି। ମଲ୍ଲିକାର୍ଜୁନ ଖାର୍ଜ ସଭାପତି ହେବା ପରେ ଥରୁରଙ୍କୁ ବଡ଼ ଭୂମିକାରୁ ଦୂରେଇ ରଖାଯାଉଛି, ଯାହା ଥରୁରଙ୍କୁ କ୍ରୋଧିତ କରିଛି ଜ୍ଝ ସୂଚନାଯୋଗ୍ୟ ଯେ ସଭାପତିପଦ ପାଇଁ ଥରୁର ମଧ୍ୟ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ତେବେ ସେ ନିର୍ବାଚନରେ ବିପୁଳ ବ୍ୟବଧାନରେ ହାରିଯାଇଥିଲେ। ଏହା ପରେ ସେ କଂଗ୍ରେସର ଉଚ୍ଚ ସ୍ତରୀୟ କମିଟିରେ ମଧ୍ୟ ସ୍ଥାନ ପାଇ ନଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.