ରେଣ୍ଡୋ ମାଝୀ ଜୁନିଅର କଲେଜରେ ସ୍ୱାଗତ ଉତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଉର୍ଲାଦାନୀଠାରେ ଥିବା ରେଣ୍ଡୋ ମାଝୀ ଜୁନିଅର ମହାବିଦ୍ୟାଳୟରେ ସ୍ୱାଗତ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହେଇଯାଇଛି । ସଭାପତି ଧନସିଂ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ମୁଖ୍ୟବକ୍ତା ଅଧ୍ୟାପକ ନୀଳାମ୍ବର ପାତ୍ର, ସମ୍ମାନୀତ ଅତିଥି ଉର୍ଲାଦାନୀ ସରପଂଚ ସୁପ୍ରିୟା ମାଝୀ, କର୍ଲାମୁଣ୍ଡା ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସେବାଜଗତ ସଂପାଦକ ସତ୍ୟନାରାୟଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ଅଧ୍ୟକ୍ଷ ମନୋଜ କୁମାର ମଳିକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ଓ ସମାଜସେବୀ ଦ୍ରୋଣାଚାର୍ଯ୍ୟ ମାଝୀ ମଂଚ ପରିଚାଳନା କରି୍‌ଥିଲେ । ପ୍ରାରମ୍ଭରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିବାବେଳେ ଶରତ କୁମାର ଦିଗାଲ, ମଞ୍ଜୁଲତା ଧରୁଆ, ମନାସିନୀ ରଣା, ନବୀନ ପାତ୍ର, ଲୋକନାଥ ଗହୀର, ଶିବରାମ ମାଝୀ, ଗୌତମ ପାତ୍ର, ପଦ୍ମିନୀ ଧରୁଆ, ଜଳଧର ପାତ୍ର, ଶିବରାମ ନାଏକ, ପାସକୁଆଲ ରଣସିଂ ପ୍ରମୁଖ ମଂଚାସୀନ ରହି ନିଜ ନିଜର ବକ୍ତବ୍ୟ ପ୍ରଦା କରିଥିଲେ । ଧନ୍ୟବାଦାର୍ପଣ କରିଥିଲେ ଅଧ୍ୟାପିକା ରୁନିତା କୁଶଲିଆ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.