ଓଡ଼ିଆବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଙ୍ଗୋମୁଣ୍ଡା ସ୍ଥିତ ଆଦର୍ଶ ବିଦ୍ୟାଳୟରେ ମଙ୍ଗଳବାର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଦିନବନ୍ଧୁ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିଆରସିସି ତୋଫାନ ମାଝୀ, ମୁଖ୍ୟ ବକ୍ତା ଭାବେ ଆମପାଣି ବୁଢ଼ାରଜା ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ବରିଷ୍ଠ ଓ କନିଷ୍ଠ ବିଭାଗ ଶହେ ଓ ଦୁଇ ଶହ ମିଟର ଦୋୖଡ, ସଟ୍ ପୁଟ, ଡିସ୍କସ୍ ଥ୍ରୋ ଭଲି ଅନେକ ପ୍ରତିଯୋଗୀତା ଆୟୋଜନ ହୋଇଥିଲା। ଏଥିରେ ବିଦ୍ୟାଳୟର ପ୍ରାୟ ୨୬୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ପରେ ପ୍ରତିଯୋଗିତାରେ କୃତିତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ଲୋପାମୁଦ୍ରା ସାହୁ, କମଳାକାନ୍ତ ସାହୁ, ବିଜୟ ବାଗ, ଅମୁଲ୍ୟ ସିଂ, ଶଙ୍କର ରାଉତ, କିଶନ ତାଣ୍ଡି, ଧିରେନ୍ଦ୍ର ଠାକୁର, ବିଶ୍ବରଞ୍ଜନ ସାହୁ, ପଦ୍ମମୁଖ ଚଳାନ, ସୁରେନ୍ଦ୍ର ଦାସ, ନଲିନିପ୍ରଭା ନାଏକ, ଅଞ୍ଜଳୀ ମହାପାତ୍ର, ଖେଳ ଶିକ୍ଷକ ଅସୀମା ଅଜିତ ସାହୁ, ରଞ୍ଜିତ କାନୁନଗୋ, ସୁପ୍ରଭା ବିଶ୍ବାଳ, ମଳୟ ସରାବୁ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହେଯାଗ କରିଥିଲେ।