ଦେବଗିରି ଶିକ୍ଷା ସମ୍ମାନ-୨୦୨୨ ପାଇଲେ ଅଜିତ ପଧାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): 
ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ଏବର୍ଷର ‘ଦେବଗିରି ଶିକ୍ଷା ସମ୍ମାନ’ ପାଇଛନ୍ତି ଜିଲ୍ଲା ଓ ରାଜ୍ୟସ୍ତରରେ ସାଧନକର୍ମୀ ତଥା ଉଛଲା କ୍ଲଷ୍ଟରର ସିଆରସିସି ଅଜିତ କୁମାର ପଧାନ। ଗୋଳାମୁଣ୍ଡା ବ୍ଲକ ଫରଙ୍ଗ ଗ୍ରାମର ଶ୍ରୀ ପଧାନ ଜିଲ୍ଲା ଓ ବ୍ଲକ ସ୍ତରରେ ୧୫୦ରୁ ଉର୍ଦ୍ଧ୍ବ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ପରିଚାଳନା କରିଛନ୍ତି। ଏହାସହ ସେ ୫୦ରୁ ଉର୍ଦ୍ଧ୍ବ ରାଜ୍ୟସ୍ତରୀୟ କର୍ମଶାଳାରେ ଯୋଗଦାନ କରିଛନ୍ତି। ଦୀକ୍ଷା ପୋର୍ଟାଲରେ ଇ-କଣ୍ଟେଣ୍ଟ ଦେଇ ଓପେପା ଷ୍ଟେଟ ପ୍ରୋଜେକ୍ଟ ଡାଇରେକ୍ଟରଙ୍କ ଠାରୁ ସେ ସମ୍ମାନିତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ଏନ୍ଏଏସ୍ ଏବଂ ୟୁଟ୍ୟୁବରେ କୋର୍ଡିନେସନ, ସମଗ୍ର ଓଡ଼ିଶାରେ ଏନ୍ଏଏସ୍ ଇଣ୍ଟରଭେସନ୍ ପାଇଁ ଜଣେମାତ୍ର ସିଆରସିସି ଭାବେ ଦିଲ୍ଲୀରେ ଯୋଗଦାନ କରି ସଫଳତାର ସହ କାର୍ଯ୍ୟକ୍ରମରେ ରାଜ୍ୟ ଏବଂ ଜିଲ୍ଲାର ସ୍ଥିତି ଉପସ୍ଥାପନ କରି ପ୍ରଶଂସାର ପାତ୍ର ହୋଇଛନ୍ତି। ବିଭିନ୍ନ ଶିକ୍ଷକ ଅନୁଷ୍ଠାନ ଏବଂ ଓଡିଆ ବାର୍ତ୍ତା ଦ୍ବାରା ଶିକ୍ଷା ସମ୍ମାନରେ ସମ୍ମାନିତ ହୋଇଛନ୍ତି ଆଜିତ ପଧାନ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବର ଉଦଜାପନି ସନ୍ଧ୍ୟାର ମୁଖ୍ୟ ଅତିଥି ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ ସମେତ ମହୋତ୍ସବର ବିଶିଷ୍ଟ ଅତିଥି ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ ବେହେରା, ସ୍ବତନ୍ତ୍ର ଅତିଥି  କଳାହାଣ୍ଡି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ସତପଥି, ମୁଖ୍ୟ ବକ୍ତା କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ପିଜି କାଉନସିଲ ଚେୟାରମେନ ମେଜର୍ ଡ. ଜୟଦେବ ସାହୁ, ସମ୍ମାନିତ ଅତିଥି ସମ୍ବଲପୁର ବିଶ୍ବ ବିଦ୍ୟାଳୟର ରେଜିଷ୍ଟ୍ରାର ଡ଼. ନୃପରାଜ ସାହୁ,  ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଧ୍ୟାନାନନ୍ଦ ପଣ୍ଡା, ବିଶିଷ୍ଟ ଉଦ୍ୟୋଗପତି ସୁମିତ କୁମାର ଅଗ୍ରୱାଲ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡାମାଝୀ, ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ, ଯୁଗ୍ମ ସମ୍ପାଦକ ସୁଧୀର ଧଙ୍ଗଡ଼ାମାଝୀ ପ୍ରମୁଖ ଉପସ୍ଥିତ ରହି ଅଜିତ କୁମାର ପଧାନଙ୍କୁ ଦେବଗିରି ଶିକ୍ଷା ସମ୍ମାନରେ ସମ୍ମାନୀତ କରିଥିଲେ।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.