ମାଲିଝର ଠାରେ ରାମ ନବମୀ ପୂଜା ସହ ୧୪ ଦିନବ୍ୟାପି ରାମଲିଲା ଓ ରାମାୟଣ ପାରାୟଣ

ଟିଟିଲାଗଡ,୧୪/୪ : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମାଲିଝର ଠାରେ ଭକ୍ତିମୟ ପରିବେଶ ମଧ୍ୟରେ ୩୭ତମ ରାମ ନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ସୁଦୁର ତେଲନଦୀ ଠାରୁ କଳସ ଯାତ୍ରା କରିସାରିବା ପରେ ପୁଲମତୀ ପାହାଡ ପାଦ ଦେଶରୁ ଭଜନ ସଂକିର୍ତ୍ତନ କରି ଶୁଭଖମ୍ଭ ଆଣା ଯାଇ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏବଂ ପ୍ରତ୍ୟେକ ଦିନ ରାମାୟଣ ପରାୟଣ ଓ ରାତ୍ରିରେ ରାମଲିଳା ନାଟକ ପରିବେଷଣ କାର୍ଯ୍ୟକ୍ରମ ରହିଛି । ଉକ୍ତ ପୂଜନ୍ନୋତ୍ସବରେ ଶ୍ରୀଯୁକ୍ତ ହିରାଲାଲ ମାଝୀ ଓ ଶ୍ରୀମତୀ ରମଣୀ ମାଝୀ କର୍ତ୍ତା ଦାୟୀତ୍ବ ତୁଲାଉଥିବାବେଳେ ପୂଜକ ଭାବେ କଳାହାଣ୍ଡି ଜିଲ୍ଲା ବେଲଖଣ୍ଡିର ଶ୍ରୀଯୁକ୍ତ ଫିରୋଜ କୁମାର ଦାଶ ରହିଥିଲେ ।ଉକ୍ତ କାର୍ଯ୍ୟକ୍ରମ ଟି ଦୀର୍ଘ ୧୪ ଦିନ ଧରି ଚାଲିବ ବୋଲି ଜୟ ଶ୍ରୀରାମ କଳାପରିଷଦ ତରଫରୁ ସୁଚନା ମିଳିଛି ।

Omkar Vasthu
Omkar Vasthu

ଟିଟିଲାଗଡରୁ ଭିଷ୍ମସେନ ମହାକୁରଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

 

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.