ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କାୟାକଳ୍ପ ୨୦୨୧-୨୨ ରେ ଉଲ୍ଲେଖନୀୟ ପାରିଦର୍ଶିତା ଲାଭ କରିଥିବା ସ୍ବାସ୍ଥ୍ୟ କେନ୍ଦ୍ର କୁ ପୁରସ୍କୃତ କରିବା ପାଇଁ ଭବାନୀପାଟଣା ଟାଉନ୍ ହଲ୍ ଠାରେ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର କୁ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସ୍ବାସ୍ଥ୍ୟ କେନ୍ଦ୍ର ସ୍ବଚ୍ଛତା, ସ୍ବାସ୍ଥ୍ୟରକ୍ଷା , ପରିମଳ ଏବଂ ସଂକ୍ରମଣ ନିୟନ୍ତ୍ରଣ କ୍ଷେତ୍ରରେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ମଧ୍ୟ କାୟାକଳ୍ପ ପ୍ରସଂଶା ପତ୍ର ଦିଆଯାଇଛି। ଏହି ପ୍ରସଂଶା ସମ୍ମାନ ପତ୍ର କୁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ାକ୍ତର ତତ୍ତ୍ୱଦର୍ଶୀ ଦାସ ଗ୍ରହଣ କରିଛନ୍ତି। ସେହିପରି ଭାବେ ବ୍ଳକ ର ଆମପାଣି ନୂତନ ପ୍ରାଥମିକ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସମେତ ଗୋତୋମୁଣ୍ଡା ଓ ମିର୍ଜାପୁର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ମଧ୍ୟ ପ୍ରଶଂସା ପତ୍ର ପାଇଥିବା ଜଣାପଡିଛି।