ଫିଫା ବିଶ୍ୱକପ୍ ଚାମ୍ପିଅନ ଆର୍ଜେଣ୍ଟିନାକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ଚାମ୍ପିଅନ ହୋଇଛି ଆର୍ଜେଣ୍ଟିନା । ତେଣୁ ଆର୍ଜେଣ୍ଟିନା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସବୁଠାରୁ ରୋମାଞ୍ଚକ ଫୁଟବଲ ମ୍ୟାଚ୍ ଭାବେ ମନେରହିବ ବୋଲି କହିଲେ ମୋଦୀ । ମେସି ଓ ଆର୍ଜେଣ୍ଟିନାର ଭାରତୀୟ ପ୍ରଶଂସକ ବିଜୟ ଉଲ୍ଲାସ ପାଳନ କରିଛନ୍ତି । ଏହାସହିତ ଫ୍ରାନ୍ସକୁ ଉତ୍ସାହପୂର୍ଣ୍ଣ ଖେଳ ପାଇଁ ସେ ଶୁଭେଚ୍ଛା ଦେଇଛନ୍ତି । ଫାଇନାଲରେ ଉଭୟ ଦଳର ଖେଳ କୌଶଳକୁ ସେ ପ୍ରଶଂସା କରିଛନ୍ତି । ଆର୍ଜେଣ୍ଟିନା ୩ୟ ଥର ବିଶ୍ୱବିଜୟୀ ହୋଇଛି । ଦୋହାର ଲୁସେଲ ଷ୍ଟାଡିୟମରେ ଫାଇନାଲ ଖେଳାଯାଇଥିଲା । ୨ଥର ଚାମ୍ପିଅନ ହୋଇଥିବା ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ଫ୍ରାନ୍ସକୁ ୪-୨ରେ ହରାଇ ବିଶ୍ୱ ବିଜେତା ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.