ବିଜେପୁରରେ ପଞ୍ଚାୟତ ସ୍ତରୀୟ ବିଜେଡିର ସାଙ୍ଗଠନିକ ବୈଠକ ଓ ମିଶ୍ରଣ ପର୍ବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହେଇଯାଇଛି। ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରିଙ୍କ ନିର୍ଦ୍ଦେଶକ୍ରମେ ଲାଞ୍ଜିଗଡ଼ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନଏକଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ ବୈଠକରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆଜି କଂଗ୍ରେସରୁ ୱାଡ଼ ମେମ୍ବର ରାଜେଶ ନାଏକ, ରାଜେନ୍ଦ୍ର ମାଝୀ, ସଦାନନ୍ଦ ସାହୁ, ଚଇତୁ ମାଝୀ, ଅଂକୁର ଗହୀର, ଜଗନ୍ନାଥ ନାଏକ ବିଜୁ ଜନତା ଦଳରେ ଦଳରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପୁର ଗ୍ରାମ ପଞ୍ଚାୟତ ବିଜେଡି ସଭାପତି ଗୋପବନ୍ଧୁ ସାହୁ, ବିଜେପୁର ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ପୂର୍ବତନ ସମିତି ସଭ୍ୟ ରଞ୍ଜିତ ନାଏକ, ହରିଶ୍ଚନ୍ଦ୍ର ପୁଝାରୀ, ଆନନ୍ଦ ପୁଝାରୀ, ଟିକା ମାଝୀ, ଇନ୍ଦ୍ର ମାଝୀ, ଜୟନ୍ତ ନାଏକ, ଟେକୁରାମ ପାଣି, ହରେକୃଷ୍ଣ ନାଏକ, ନାଇବ ସରପଞ୍ଚ ଇନ୍ଦ୍ର ମାଝୀ, ନିରାକାର ବାଗ, ସୁରେନ୍ଦ୍ର ବାଗ, ପାତାର ମାଝୀ, ରୁପି ମାଝୀ, ରମେଶ କରୁଆ, ଦେବଗିରି ନାଏକ, ଲବ ନାଏକ, ଭିକ ନାଏକ, ରଘୁନାଥ ସାହୁ ଲଚନ ମାଝୀଙ୍କ ସମେତ ବିଜେପୁର ପଞ୍ଚାୟତର ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.