କେଗାଁ ଫରେଷ୍ଟ ରେଞ୍ଜ ଅଫିସରଙ୍କ ବାସଭବନ ଓ କାର୍ଯ୍ୟାଳୟ ଉପରେ ଭିଜିଲାନ୍ସ ଚଢ଼ାଉ ପ୍ରସଙ୍ଗ: ୨.୪୫ କୋଟିରୁ ଅଧିକ ସମ୍ପତ୍ତି ଠାବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି/ କେସିଙ୍ଗା (ସୁଶାନ୍ତ କୁମାର ଦଳେଇ/ ମଧୁସୂଦନ ଠାକୁର): ଆଜି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମହଲର ନଜର ଥିଲା କେଗାଁ ଫରେଷ୍ଟ ରେଞ୍ଜ ଅଫିସର କେଶବ ମାଝୀଙ୍କ ଖବର ଉପରେ। କେସିଙ୍ଗା ଥାନା ବ୍ରାହ୍ମଣୀ ଗ୍ରାମରେ ଜନ୍ମିତ ଏହି ଅଧିକାରୀ ଗୋଲାମୁଣ୍ଡା ବ୍ଲକ କେଗାଁ ବନବିଭାଗ ରେଞ୍ଜ ଅଫିସର ଭାବେ କାର୍ଯ୍ୟରତ। ତେବେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ କ୍ରମେ ଭିଜିଲାନ୍ସ ପକ୍ଷରୁ ଶ୍ରୀ ମାଝୀଙ୍କ ଘର ସମେତ ମୋଟ ୪ଟି ଠିକଣାରେ ଚଢ଼ାଉ କରାଯାଇଥିଲା। ପ୍ରାପ୍ତ ସୂଚନା ଅନୁସାରେ ୫ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ୪ଟି ଟିମ୍ କେଶବ ମାଝୀଙ୍କ କେସିଙ୍ଗାର ଓମ ନଗର ସ୍ଥିତି ତିନି ମହଲା ଘର, ବ୍ରାହ୍ମଣୀ ଗାଁରେ ଥିବା ତାଙ୍କ ପୈତୃକ ଘର, କେଗାଁର କାର୍ଯ୍ୟାଳୟ ଓ ସରକାରୀ ବାସଭବନ ଏକକାଳୀନ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ତାଙ୍କର ୨.୪୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଭିଜିଲାନ୍ସ ପକ୍ଷରୁ ରେଞ୍ଜ ଅଫିସର୍ ଶ୍ରୀ ମାଝୀଙ୍କୁ ଅଟକ ରଖାଯାଇ ସେ ଏତେ ସମ୍ପିତ୍ତି କେମିତି ଉପାର୍ଜନ କଲେ, ସେ ନେଇ ପଚରାଉଚରା କରାଯାଉଥିବା ଜଣାପଡିଛି।

Omkar Vasthu
Omkar Vasthu

ଭିଜିଲାନ୍ସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କେସିଙ୍ଗା ସ୍ଥିତ ତାଙ୍କ ତିନି ମହଲା ଘରର ଦାମ୍‌ ୧.୧୮ କୋଟି ଟଙ୍କାରୁ ଅଧିକ ହେବ। କେସିଙ୍ଗା ଓ ଏହା ଆଖପାଖ ଅଞ୍ଚଳରେ କେଶବଙ୍କର ୪ଟି ପ୍ଲଟ୍ ରହିଛି, ଯେଉଁଗୁଡ଼ିକର ଆରଏସ୍‌ଡି ମୂଲ୍ୟ ୨୮.୮୯ ଲକ୍ଷ ଟଙ୍କା। ତେବେ ଏହାର ପ୍ରକୃତ ମୂଲ୍ୟ ଆହୁରି ଅଧିକ ହେବ। ଏନେଇ ଅଧିକ ତଦନ୍ତ ଚାଲିଛି। ଶ୍ରୀ ମାଝୀଙ୍କୁ ଠାରୁ ନଗଦ ୨ ଲକ୍ଷ ୭୮ ହଜାର ୬୪୦ ଟଙ୍କା ଜବତ କରାଯାଇଛି। ଏହାବାଦ୍ ତାଙ୍କର ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା ରହିଛି। ତାଙ୍କ ଘରୁ ଜବତ ସୁନା ଓ ରୁପା ଅଳଙ୍କାରର ମୂଲ୍ୟ ୧୫.୬୮ ଲକ୍ଷ ଟଙ୍କା। ତାଙ୍କର ୨ଟି ଚାରି ଚକିଆ ଗାଡ଼ି ଥିବା ବେଳେ ସେଗୁଡ଼ିକର ଦାମ ୨୬.୧୫ ଲକ୍ଷ ଟଙ୍କା ହେବ। ଦୁଇଟି ଦୁଇ ଚକିଆ ଯାନର ଦାମ ୩.୨୩ ଲକ୍ଷରୁ ଅଧିକ ଟଙ୍କା। ଏହା ସହିତ ଘରର ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ୧୩.୦୪ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.