ନର୍ଲା ବିଜେପି ପକ୍ଷରୁ ସୁଶାସନ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ନର୍ଲା ବିଜେପି ପକ୍ଷରୁ ସୁଶାସନ ଦିବସ ପାଳିତ ହୋଇଯାଇଛି। ନର୍ଲା ଶିଶୁ ବିଦ୍ୟାମନ୍ଦିରଠାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ତଥା କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ଜିଲ୍ଲା ଉପ ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ଜିଲ୍ଲା କାର୍ଯ୍ୟ କାରୀଣି ସଦସ୍ୟ ମନ୍ମୟ ଚାନ୍ଦ(ଜିତୁ), ବରିଷ୍ଠ ବିଜେପି ନେତା ପଦ୍ମଲୋଚନ ଜାଲ, ସରୋଜ ବୁଦ୍ଧିଆ, ପ୍ରଣତି ମହାନନ୍ଦ, ଲକ୍ଷ୍ମଣ ଦୀପ, ଗଜପତି ମାଝୀ, ଅଭୟ ନାଏକ, ମକୁନ୍ଦ ଭୋଇ ପ୍ରମୁଖ ଉପସ୍ଥିତ ରହି ବାଜପେୟୀଙ୍କ ସ୍ମୃତି ଚାରଣ କରିବା ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଛାତ୍ର ଜୀବନରୁ ଅଟଳ ବିହାରୀ ବାଜପେୟୀ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସହ ଜଡ଼ିତ ଥିଲେ। ପରବର୍ତ୍ତୀ ସମୟରେ ବାଜପେୟୀ ଜୀ ପୂର୍ଣ୍ଣ କାଳୀନ ପ୍ରଚ଼ାରକ ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ କାର୍ଯ୍ୟରେ ନିଷ୍ଠାର ସହ ଲାଗିଯାଇଥିଲେ। ବାଜପେୟୀ ଜୀ ଦୀର୍ଘ ବର୍ଷ ଧରି ରାଷ୍ଟଧର୍ମ, ପଞ୍ଚଜନ୍ୟ, ବୀର ଅର୍ଜୁନ ଆଦି ରାଷ୍ଟ୍ରବାଦୀ ପତ୍ରପତ୍ରିକାର ସଂପାଦନା କରିଥିଲେ। ସଂଘର୍ଷମୟ ଜୀବନ, ପରିବର୍ତ୍ତନଶୀଳ ପରିସ୍ଥିତି, ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ, ଜେଲ ଜୀବନ ଆଦି ବିଷୟ ତାଙ୍କ କାବ୍ୟ କବିତାରେ ପ୍ରକାଶ ପାଇଛି। ତାଙ୍କର କବିତା ସଂକଳନ “ମେରି ଇକ୍ୟାବନ କବିତାୟେଁ” ବେଶ୍ ଲୋକପ୍ରିୟ। ଅଟଳ ବିହାରୀ ବାଜପେୟୀ ଜୀ ସ୍ବାଧିନତା ସଂଗ୍ରାମରେ ଯୋଗଦେଇ ୧୯୪୨ ମସିହାରେ ଜେଲ ଯାଇଥିଲେ।୧୯୭୫ ରେ ଜରୁରୀକାଳୀନ ପରିସ୍ଥିତି ସମୟରେ ବାଜପେୟୀଙ୍କୁ ମଧ୍ୟ ୨୨ ମାସ କାଳ କାରାବରଣ କରିବାକୁ ପଡ଼ିଥିଲା। ଭାରତୀୟ ଜନସଂଘର ପ୍ରତିଷ୍ଠାତା ମଧ୍ୟରେ ବାଜପେୟୀ ଜୀ ଅନ୍ୟତମ।ବାଜପେୟୀ ଜୀ ୧୯୬୮ ରୁ ୧୯୭୩ ପର୍ଯ୍ୟନ୍ତ ଜନସଂଘର ଅଧ୍ୟକ୍ଷ ଥିଲେ। ମୋରାରଜୀ ଦେଶାଇ ସରକାରରେ ବାଜପେୟୀ ୧୯୭୭ ରୁ ୧୯୭୯ ଯାଏଁ ବୈଦେଶିକ ମନ୍ତ୍ରୀ ହୋଇଥିଲେ। ୧୯୮୦ ମସିହା ଏପ୍ରେଲ ୬ ତାରିଖରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ଜନତା ପାର୍ଟି ଏବଂ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ପଦ ଅଟଳ ବିହାରୀ ବାଜପେୟୀଙ୍କୁ ଅର୍ପଣ କରିଦିଆଗଲା। ୧୯୯୬ ମସିହାରେ ଅଟଳ ବିହାରୀ ବାଜପେୟୀ ପ୍ରଥମ ଥର ପ୍ରଧାନମତ୍ନୀ ହୋଇଥିଲେ,ମାତ୍ର ୧୩ ଦିନ ସେ ପ୍ରଧାନମନ୍ତ୍ରୀ ପଦରେ ରହିପାରିଥିଲେ। ତା’ପରେ ୧୯୯୮ ମସିହାରେ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ,୧୩ ମାସ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। ୧୯୯୯ ମସିହାରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ସଂସଦରେ ବାଜପେୟୀ ଜୀ ୫୦ ବର୍ଷରୁ ଅଧିକ କାଳ ସଦସ୍ୟ ହୋଇ ରହିଛନ୍ତି। ତାଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ଦେଶରେ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଛି। ୧୯୯୮ ମସିହା ମଇ ମାସରେ ପୋଖରାନ ଠାରେ କରାଯାଇଥିବା “ପରମାଣୁ ପରୀକ୍ଷଣ” ଥିଲା ତାଙ୍କର ଏକ ବଡ଼ ସଫଳତା। ଦେଶପ୍ରତି ବାଜପେୟୀଙ୍କ ଅବଦାନକୁ ସମ୍ମାନ ଜଣାଇବା ପରିପ୍ରେକ୍ଷୀ ରେ ୨୦୧୪ ମସିହା ଡ଼ିସେମ୍ବର ୨୫ ତାରିଖ ତାଙ୍କ ୯୦ ତମ ଜନ୍ମତିଥିକୁ ସୁଶାସନ ଦିବସ ରୂପେ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। 

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.