ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଅଲ୍ ଓଡିଶା ଡ୍ରାଇଭର ମହାସଂଘ ଲାଞ୍ଜିଗଡ଼ ବ୍ଲକ ଶାଖା ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତର ସମସ୍ତ ଡ୍ରାଇଭର ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ବସନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ପୋଖରୀବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେଶପଦର ସ୍ଥିତ ନଦୀକୂଳରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୁବ ସାମ୍ବାଦିକ ନିଲେଶ କୁମାର ନାଗ ଯୋଗଦେଇ ଡ୍ରାଇଭର ମାନଙ୍କ କର୍ତ୍ତବ୍ୟ ଓ ଦାଇତ୍ୱ ସଂପର୍କରେ ଆଲୋକପାତ କରିଥିଲେ। ଏଥିରେ ଉପସଭାପତି ସହଦେବ ଗଉଡ ସମ୍ପାଦକ ଅଶୋକ ପରିଡ଼ା, କୋଷାଧ୍ୟକ୍ଷ ନଳିନ ଗହୀର, ସଦସ୍ୟ ମିତ୍ରସେନ ରାଉତ, ଗୋବିନ୍ଦ ଗହୀର, ବାଦଲ ମହାପାତ୍ର, ସୁଶାନ୍ତ ଗଉଡ, ରବି ଜାନୀ, କୁନୁ ନାଗ, କାଲିଆ ରାଉତ, ନରହରି ସୁନାନୀ, ରାଜେଶ ତିର୍କି, ଫଗୁଣ ଗଉଡଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।