କର୍ଲାମୁଣ୍ଡାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ବାହାରି ଥିବା କ୍ରାନ୍ତିଯାତ୍ରା ଆଜି କର୍ଲାମୁଣ୍ଡାରେ ପହଞ୍ଚିଛି। ନିଜ ଅଧିକାରର ସୁରକ୍ଷା ଏବଂ କ୍ରାନ୍ତି କାରୀ ଚେତନା ଜାଗ୍ରତ କରିବା ନିମନ୍ତେ ଏହି ଶୋଭାଯାତ୍ରା ବାହାରିଥିବା ଜଣାପଡିଛି। କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ଼. ସୁନୀତି ମୁଣ୍ଡଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ବ୍ଲକ ଅଧକ୍ଷ୍ୟା କୁନି ସାହୁ, ରିଷିଡା ପଞ୍ଚାୟତ ସରପଞ୍ଚ ସେବତୀ ରଣା, ଜୋରାଡ଼ବରା ପଞ୍ଚାୟତ ସରପଞ୍ଚ ଖିତିସୁତା ସାହୁ, ସ. ମାଲପଡା ପଞ୍ଚାୟତ ସରପଞ୍ଚ ବରୁଣ ଛତ୍ରିଆ, ସମାଜ ସଂସ୍କାରକ ବାବା ଭଗବାନ ସାହୁ, ଅବସର ପ୍ରାପ୍ତ ଶିକ୍ଷକ ପଣ୍ଡିତ ପଧାନ, ମୁରଲୀଧର ରଣା, ନାରୀନେତ୍ରୀ ଜୟନ୍ତୀ ସାହୁ, ରୀନା ସାହୁ, ପୁଷ୍ପାଞ୍ଜଳି ସାହୁ, ପ୍ରଭାତୀ ଭୋଇ, ଶାନ୍ତନୁ ମିଶ୍ର, ଅରୁଣ ଦାଶ୍ ପ୍ରମୁଖଙ୍କ ସମେତ ବହୁ ଜନ ପ୍ରତିନିଧି, ସମାଜସେବୀ, ବରିଷ୍ଠ ନାଗରିକ, ଏସଏଚଜି ସଦସ୍ୟାମାନେ ସାମିଲ ହୋଇ ସରସ୍ୱତୀ ଶିଶୁ ମନ୍ଦିର ଠାରୁ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚି ଥିଲେ। ଦୁର୍ନୀତି, ଭ୍ରଷ୍ଟାଚାର ମୁକ୍ତ ଏବଂ ବିକଶିତ କଳାହାଣ୍ଡି ଗଠନ ପାଇଁ ଆହ୍ୱାନ ଦେବାସହ ତତ ସମ୍ପର୍କିତ ପ୍ଲାକାଡ଼ ଧରିଥିବା ଦେଖିବାକୁ ମିଳିଥିଲା । ଏହି କ୍ରାନ୍ତି ଯାତ୍ରା ଜରିଆରେ ଜିଲ୍ଲାର ସମସ୍ତ ବ୍ଲକରେ ଜନ ସାଧାରଣଙ୍କୁ ସେମାନଙ୍କ ସାମ୍ବଧନିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରାଯିବ ବୋଲି କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ଼. ସୁନୀତି ମୁଣ୍ଡ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.