ବିଂଝାଲ ସମାଜ ପକ୍ଷରୁ ସ୍ଵାଧୀନତା ସଂଗ୍ରାମୀ ମାଧୋ ସିଂ ବରିହାଙ୍କ ୧୬୪ତମ ସହିଦ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ମ. ରାମପୁର ବ୍ଲକ ଅଧିନସ୍ଥ ଅଲାତରା ପଞ୍ଚାୟତ ନରସିଂହପୁର (ଭାଲୁ ମୁଣ୍ଡା) ଗ୍ରାମରେ ବିଂଝାଲ ସମାଜ ପକ୍ଷରୁ ସ୍ଵାଧୀନତା ସଂଗ୍ରାମୀ ମାଧୋ ସିଂ ବରିହାଙ୍କ ୧୬୪ତମ ସହିଦ ଦିବସ ପାଳିତ ହୋଇଯାଇଛି । ଏନେଇ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ବରଗଡ ଜିଲ୍ଲା ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା , ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ମ. ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂଦେଓ, ପୂର୍ବତନ ଜିଲ୍ଲା ପରିଷଦ ତଥା କଳାହାଣ୍ଡି ଆଦିବାସୀ ସଂଘର ସଭାପତି ପ୍ରକାଶ ମାଝୀ, ବିଂଝାଲ ସମାଜର ଲାଟ ସଭାପତି ହୃଷୀକେଶ ବରିହା, ଉପ ସଭାପତି ଚନ୍ଦ୍ରଶେଖର ବାଗ, ସର୍ବ ଭାରତୀୟ ବିଂଝାଲ ସମାଜର ସାଧାରଣ ସମ୍ପାଦକ ଆଶାରାମ ବରିହା, ଶଙ୍କର ମାଝୀ, ପ୍ରେମାନନ୍ଦ ବରିହା, ବାବୁଲାଲ ବରିହା, ବିଂଝାଲ ସମାଜ ସଭାପତି ତୁଳସୀରାମ ବରିହା ଉତ୍ତର କୁମାର ବରିହା ଅଧ୍ୟାପକ ତୁରେକେଲା ମହାବିଦ୍ୟାଳୟ , କଳାହାଣ୍ଡି ଜିଲ୍ଲା ବିଂଝାଲ ସମାଜର ସଭାପତି ସମ୍ପଦ ବରିହା, ସମ୍ପାଦକ ସୁରୁ ବରିହା ଜିଲ୍ଲା କୋଷାଧ୍ୟକ୍ଷ ତଥା ଶିକ୍ଷାବିତ ହେମାଦ୍ରି ବରିହା ସଂଯୋଜକ ଭାବେ ଏବଂ ସମ୍ମାନିତ ଭାବେ ସ୍ବପ୍ନା ବରିହା, କଳାହାଣ୍ଡି ଜିଲ୍ଲା ଉପ ସଭାପତି ମହାଦେବ ବରିହା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ସତ୍ୟରେ ମୁଖ୍ୟ ଅତିଥି ଭାବେ କଳା ସଂସ୍କୃତି ଗବେଷକ ମେଦିନୀଧର ଜାନୀ ଏବଂ ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ କୁଳମଣି ସାହୁ ଯୋଗଦେଇଥିଲେ । ନରସିଂହପୁର ଗ୍ରାମର ସାଧାରଣ ସମ୍ପାଦକ ବିଶ୍ଵନାଥ ବରିହା, ଗ୍ରାମ ସଭାପତି ଭାଗିରଥି ବରିହା, ବ୍ଲକ ସଭାପତି ଲୋକନାଥ ବରିହା ଏବଂ କଳାହାଣ୍ଡି ବିଂଝାଲ ସମାଜର ସମ୍ପଦ ବରିହା ପ୍ରମୁଖ ମଞ୍ଚାସୀନ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ନରସିଂହପୁର ଗ୍ରାମର ଗଣେଶ ପୂଜା କମିଟିର ସଭାପତି ସୁମନ ବରିହା ଓ କମିଟିର ଯୁବକ ଭାଇ ସହଯୋଗ କରିଥିଲେ । ରାତିରେ ମାଁ ବିନ୍ଧ୍ୟ ବାସିନୀ ଦଣ୍ଡ ନୃତ୍ୟ ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.